ମାହାଙ୍ଗା(ରତ୍ନଗିରି ନ୍ୟୁଜ) : ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତରେ ଚକ୍ଷ୍ୟୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜିତ ହୋଇଥିଲା ! “ଶରତ କର ଓ ଅନିମା କର ଫାଉଣ୍ଡେସନ” ଓଡିଶା ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ରୋଗୀ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ ! କଟକ ରୋଟାରୀ ଆଇ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଓ ନର୍ସ ମାନେ ଏହି ଶିବିରରେ ପହଂଚି ଗ୍ରାମାଞ୍ଚଳର ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ! ଅଧିକାଂଶ ରୋଗୀଙ୍କୁ ମାଗଣା ଔଷଧ ଓ ଚଷମା ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ମୋତିଆ ବିନ୍ଦୁରୁ ମୁକ୍ତି ଦେବାକୁ ଅସ୍ତ୍ରୋପଚାର ନିମନ୍ତେ କଟକ ନିଆଯାଇଛି !
ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ଓ ସାଂସଦ ସ୍ବର୍ଗତ ଶରତ କର ଓଡ଼ିଶାର ଜଣେ ଖ୍ୟାତିସମ୍ପନ ରାଜନେତା ଥିଲେ ! ପତ୍ନୀ ଅନିମା କର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ତଥା ପ୍ରଶାସନିକ ଅଧିକାରୀ ଅଟନ୍ତି ! ଉଭୟଙ୍କ ନାମରେ ଗଠିତ ଶରତ-ଅନିମାକର ଫାଉଣ୍ଡେସନ ଏକ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଭାବେ ରାଜ୍ୟରେ କାର୍ଯ୍ୟକରି ଆସୁଥିବା ଦେଖିବାକୁ ମିଳୁଛି ! ପୁତ୍ର ଶୋଭନ କର ଏହି ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି ! ହୃଷିକେଶ ବେହେରା, କାର୍ତ୍ତିକ ବିହାରୀ ପ୍ରମୁଖ ଏହି ଚକ୍ଷ୍ୟୁ ପରୀକ୍ଷା ଶିବିର ପରିଚାଳନା କରିଥିଲେ !