ବାଲିଆପାଳ(ରତ୍ନଗିରି ନ୍ୟୁଜ) : ସିଂଲା ଥାନା ଅଧୀନ ପୁଟୁରା ପଞ୍ଚାୟତର ଚାମ୍ଫଳା ଗ୍ରାମର ମୃତ୍ୟୁଞ୍ଜୟ ଭକ୍ତା(୫୮)ଆଜି ସକାଳୁ ବିଲକୁ ଧାନ କାଟିବାକୁ ଜାଇଥିବା ବେଳେ ସେଲୁକୁ ନିଆଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ତେବେ ପ୍ରାଇଭେଟ୍ ସେଲୋଟି ସେହି ଗ୍ରାମର ଗୌରାଙ୍ଗ ସାମନ୍ତଙ୍କ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ମୃତ୍ୟୁଞ୍ଜୟଙ୍କ ପରିବାର ଲୋକେ ମୃତଦେହକୁ ନେଇ ସେଲୁ ମାଲିକ ଗୌରାଙ୍ଗ ସାମନ୍ତଙ୍କ ଘରେ ରଖିଥିବା ବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସେପଟେ ସିଂଲା ପୋଲିସ ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଉପାୟଶୂନ୍ୟ ହୋଇ ଜଣେ କନେଷ୍ଟବଳଙ୍କୁ ଜଗାଇଦେଇ ପଳେଇଥିଲେ।କାରଣ ମୃତ ବ୍ୟକ୍ତିଙ୍କ ପରିବାର ତରଫରୁ କୌଣସି ଏତଲା ଦିଆଯାଇନଥିବା ବେଳେ ଓ ଗ୍ରାମବାସୀ ଘଟଣାର ସମାଧାନ ଗ୍ରାମରେ ଚାହୁଁ ଥିବାରୁ ପୋଲିସ ମଧ୍ୟ ନାଚାର ହୋଇଯାଇଥିଲା। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ କୌଣସି ସମାଧାନ ର ରାସ୍ତା ବାହାରିନଥିବା ଜଣା ପଡିଛି। ବାଲିଆପାଳରୁ ସୁବାସ ଦାସଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
December 1, 2024
November 25, 2024