ସଂସ୍କୃତି ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ: ଅତିରିକ୍ତ ଜିଲ୍ଲାପାଳ

ବରୀ(ରତ୍ନଗିରି ନ୍ୟୁଜ) :- ବାଲିଆପାଳସ୍ଥିତ ବିଧାନଚନ୍ଦ୍ର ଏକାଡେମୀ ପଡ଼ିଆଠାରେ କଳା ସାହିତ୍ୟ ସଂସ୍କୃତି ପରିଷଦ, ବରୀ ପକ୍ଷରୁ ଅନୁଷ୍ଠିତ ବରୀ ଲୋକମହୋତ୍ସବ-୨୦୨୫ର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠାନର ସଭାପତି ଡାକ୍ତର ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗଦେଇ କହିଲେ ଯେ କଳା ସଂସ୍କୃତି ସହିତ ଯଦି ମାନବ ସମାଜ ଯୋଡି ହୋଇ ନରହିବ ତେବେ ସମାଜ ବିକଶିତ ଅସମ୍ଭବ l ତେଣୁ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ l
ମୁଖ୍ୟବକ୍ତା ଭାବେ ୱାର୍ଲଡ ଓଡିଶା ସୋସାଇଟର ଅଧକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦିୱେଦି ଯୋଗ ଦେଇ ଗାଁ ମାଟିର ମୋହ ସହରରେ ନାହିଁ l ଗାଁ କଥା ପଡିଲେ ଅନେକ ସ୍ମୃତି ସତେଜ ହୋଇଯାଏ ବୋଲି କହିଥିଲେ l


ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ମଞ୍ଚରେ ଆୟୋଜିତ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ଡ଼କ୍ଟର ନୃସିଂହ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡକ୍ଟର ଅଜୟ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦଗ୍ଧାର ନିର୍ଦେଶକ ଶରତ କୁମାର ଜେନା କବି ଅଭିମନ୍ୟୁଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ସତ୍ୟ ରଞ୍ଜନ କର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ଡ଼କ୍ଟର ସୁବାସ ଚନ୍ଦ୍ର ବିଶ୍ୱାଳ, ମହୋତ୍ସବ କମିଟିର କୋଷାଧକ୍ଷ ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାଶ, ଶିକ୍ଷାବିତ ସୀତାକାନ୍ତ ପଣ୍ଡା, ବରିଷ୍ଠ ସଦସ୍ୟ ଗଗନ ବିହାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ l


ଏହି ଅବସରରେ ବରିଷ୍ଠ ସାହିତ୍ୟିକ ସଚ୍ଚିଦାନନ୍ଦ ମହାପାତ୍ର ଓ ବିଶିଷ୍ଟ କଳାକାର ବିନୋଦ ବିହାରୀ କରଙ୍କୁ ବରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମନୋରଞ୍ଜନ ପୋଥାଳ ମାନପତ୍ର ପାଠ କରିଥିଲେ । ବରିଷ୍ଠ ସଦସ୍ୟ ହରିଶ୍ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଅପରାହ୍ନରେ ଶତାଧିକ କଳାକାରମାନଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା l ଶେଷରେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *