ଯାଜପୁର(ରତ୍ନିଗିରି ନ୍ୟୁଜ) :ଯେଉଁ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ଆମେ ଆଦର କରି ନଥିବା ସେ ପର୍ଯ୍ୟନ୍ତ ନିଜକୁ ଓଡ଼ିଆ କହିବା ଲଜ୍ୟାଜନକ ତେଣୁ ଆଚ୍ଚରଣ ଓ ଉଚ୍ଚାରଣ ଉଭୟକୁ ସମ ଭାବରେ ରଖି ମା ମାଟି ମାତୃଭାଷାକୁ ସମସ୍ତେ ଭଲ ପାଇଲେ ଓଡ଼ିଆ ଭାଷା ସମୃଦ୍ଧ ହୋଇ ପାରିବ ବୋଲି ବିରଜାକୃପା ସାହିତ୍ୟ ପରିବାରର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତିା
ବିଶିଷ୍ଟ ସାହିତ୍ୟିକା ତଥା ଅନୁଷ୍ଠାନର ସଭାପତି ବିଦ୍ୟୁତପ୍ରଭା ମିଶ୍ରଙ୍କ ସଭାପତିତ୍ୱରେ ଗତ ରବିବାର ଦିନ ଯାଜପୁର ଟାଉନ ସ୍ଥିତ ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ବିରଜାକୃପା ସାହିତ୍ୟ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଐତିହାସିକ ତଥା ଗବେଷକ ଡକ୍ଟର ଏକାଦଶୀ ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ, ଅଭିନେତା, ଗୀତିକାର ଶ୍ରୀକାନ୍ତ ଗୌତ୍ତମ, ମୁଖ୍ୟବକ୍ତା ଭାବେ ବସନ୍ତ ଦାସ, ଅନୁଷ୍ଠାନର ମୁଖ୍ୟଉପଦେଷ୍ଟା ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବିନୋଦିନୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ବୈଦ୍ୟନାଥ ପଣ୍ଡା ସମ୍ପାଦକ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁପମା ରଣା, ସତ୍ୟରଞ୍ଜନ ସ୍ୱାଇଁ, ଅମୁଲ୍ୟ ପଣ୍ଡା, ପ୍ରମୋଦ କୁମାର ନାୟକ, ଶ୍ରୀନିବାସ ବିଶ୍ୱାଳ, ବିରଂଚି ନାରାୟଣ ଧଳ, ଭରତ ବନ୍ଧୁ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ଜିତେନ୍ଦ୍ର ଜେନା, ଉମେଶ ଚନ୍ଦ୍ର ଜେନା, ସ୍ନେହଲତା ବିଶ୍ୱାଳ, ଜନ୍ମଜୟ ନାୟକ, ରଞ୍ଜିତା ଦାଶ, ସୌଦାଗର ବିଶ୍ୱାଳ, ଅନୁସୟା ମଲ୍ଲିକ ରମେଶ ଜେନା, ପଣ୍ଡିତ ଅଭୟ କୁମାର ତ୍ରିପାଠୀ ଶର୍ମା, ମମତା ବାରିକ, ଜିତେନ୍ଦ୍ର ବେହେରା, ପ୍ରଭାତ ମଲ୍ଲିକ ରଞ୍ଜନ ମହାନ୍ତି, ସୀତାଂଶୁ ଜେନା ଓ ଅନ୍ୟ ସମସ୍ତ ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ ।
ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ରାଜ୍ୟର କୋଣାନୁକୋଣରୁ ବହୁ କବି ଯୋଗ ଦେଇ ସ୍ୱ ରଚିତ କବିତା ପାଠ କରିଥିଲେ । ପରିଶେଷରେ ସମାଜର ବିଭିନ ବର୍ଗର ପ୍ରତିଭା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର , ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।