ବରୀ (ରତ୍ନଗିରି ନ୍ୟୁଜ) : ବିଶିଷ୍ଟ ନାଟ୍ୟକାର ଓ ନାଟ୍ଯ ନିର୍ଦେଶକ ଡକ୍ଟର ସଚ୍ଚି ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା କଳା ସାହିତ୍ୟ ଓ ସଂସ୍କୃତି ପରିଷଦ, ବରୀ ପକ୍ଷରୁ ପରିଷଦର ସଭାପତି ବିଶିଷ୍ଟ ନାଟ୍ୟକାର ଡାକ୍ତର ରାଜ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ନବ ଭାରତୀ ବିଦ୍ୟାଭବନ, ଶଙ୍କରୀଗଡ଼ା ଠାରେ ରବିବାର ଦିନ ସକାଳେ ଅନୁଷ୍ଠିତ ହୋଇଯାଇଛି l
ବିଶିଷ୍ଟ ନାଟ୍ୟକାର, ନାଟ୍ଯ ନିର୍ଦେଶକ ଡ଼. ସଚ୍ଚି ଦାସ ଯେ କେବଳ ନାଟ୍ଯ ରଚନା ଓ ନିର୍ଦ୍ଦେଶନା ପାଇଁ ସମଗ୍ର ରାଜ୍ୟରେ ପ୍ରତିଷ୍ଟିତ ହୋଇଛନ୍ତି ସେ କଥା ନୁହେଁ, ସେ ଜଣେ ଭଲ ମଣିଷ ଥିଲେ, ଜଣେ ସଫଳ କ୍ରୀଡାବିତ୍ ଭାବେ ସମଗ୍ର ରାଜ୍ୟରେ ନିଜକୁ ପରିଚିତ କରାଇ ପାରିଥିଲେ l ଓଡିଶାର ବହୁ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମଧ୍ଯ ଯାତ୍ରା ପାଇଁ ତାଙ୍କର ଯେଉଁ ଅବଦାନ ରହିଥିଲା ସେଥିପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି l ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରନ୍ତୁ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଥିଲା l
ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଶାଗୁଣା ବସିଛି ଡେଣା ମେଲାଇ ନାଟକର ନାଟ୍ଯକାର ରବିନ୍ଦ୍ର କୁମାର ସାହୁ, ଅବସପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବିଶ୍ଵାଳ, ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଦାସ, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ଦାଶ, ନିହାର ରଂଜନ ଦାସ, ଡକ୍ଟର ନୃସିଂହ ଚରଣ ବେହେରା, ନବ ଭାରତୀ ବିଦ୍ୟା ଭବନର ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ର, ଅବସପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ଜେନା, ଡାକ୍ତର କୈଳାସଚନ୍ଦ୍ର ପତି, ଗୁନ ଚରଣ ନାୟକ, ସତ୍ୟ ରଞ୍ଜନ କର, ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା, କବି କୁମାର ସରୋଜ, ପଙ୍କଜିନି ଉପାଧ୍ୟାୟ,
ଡାକ୍ତର ଗୁରୁ ଚରଣ ସାହୁ, ପଣ୍ଡିତ ଏକେ ତ୍ରିପାଠୀ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ରଞ୍ଜନ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ପଢ଼ିହାରୀ, ଅଭିଷେକ ସ୍ୱାଇଁ, ଦେବେନ୍ଦ୍ର କୁମାର ସାହୁ, ପ୍ରମୋଦ କୁମାର ଧଳ, ଶ୍ରୀଧର ଧଳ, ଅମିତାଭ ଜେନା ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ସ୍ଵର୍ଗତଃ ଡ଼. ଦାସଙ୍କ ସ୍ମୃତି ଚାରଣ କରିଥିଲେ l