ବରୀ (ରତ୍ନଗିରି ନ୍ୟୁଜ): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ପୁଷ୍ପଗିରି ସରକାରି ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶସହ ମାନସିକ, ଶାରୀରିକ ଓ ସାମାଜିକ ଦକ୍ଷତାର ବିକାଶ ସମ୍ଭବ ହୋଇପାରିବ। ଏହାଦ୍ୱାରା ପିଲାମାନେ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଅଭିପ୍ରେରିତ ହେବାସହ ଶିକ୍ଷାପ୍ରତି ଆକୃଷ୍ଟ ହେବେ | ସପ୍ତାହବ୍ୟାପୀ ପ୍ରତ୍ୟେକ ଦିନ ଏକ ସ୍ଵତନ୍ତ୍ର ଦିବସ ପାଳନ କରାଯାଇଛି। ପ୍ରଥମ ଦିବସରେ ଶିକ୍ଷଣ ଉପକରଣ ଦିବସ, ଦ୍ଵିତୀୟ ଦିବସରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନଦିବସ, ତୃତୀୟ ଦିବସରେ କ୍ରୀଡ଼ା ଦିବସ,ଚତୁର୍ଥ ଦିବସରେ ସାଂସ୍କୃତିକଦିବସ, ପଞ୍ଚମ ଦିବସରେ ଦକ୍ଷତା ଓ ପ୍ରଯୁକ୍ତି ବିଦ୍ୟାଦିବସ, ଷଷ୍ଠ ଦିବସରେ ବିଦ୍ୟାଳୟ ପୋଷକ ଓ ସବୁଜବାହିନୀ ଦିବସ ଓ ଅନ୍ତିମ ଦିବସକୁ ଗୋଷ୍ଠୀ ଜଡ଼ିତ ତଥା ତିଥି ଭୋଜନ ଦିବସ ପାଳନ କରିବାପାଇଁ ଧାର୍ଯ୍ୟ କରାଯାଇଛି। ସେହି ଅନୁଯାୟୀଯାଜପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମର ଶୁ ପରିଚାଳନା ପାଇଁ ପ୍ରତ୍ୟେକ ବ୍ଲକର ବ୍ଲକଶିକ୍ଷାଧିକାରୀ, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଓ ସିଆରସିସି ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ସ୍ଥଳେ ସହଯୋଗ କରୁଛନ୍ତି।
Related Stories
November 14, 2024
October 27, 2024