ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) :-ଓଡ଼ିଶାର ବ୍ରାଣ୍ଡ୍ ହୋଇ ଏବେ ସାରା ଦେଶରେ ପରିଚିତ ‘ଇକୋ ବେଲେଜା’ । ଏହି ଅତ୍ୟାଧୁନିକ ସାଲୁନ ଗ୍ରୁପର ଅଷ୍ଟମ ଆଉଟଲେଟ ଭାବେ ଆଜି ଭୁବନେଶ୍ୱର ସ୍ଥିତ ସିଆରପି ଛକ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଲିଉଡ଼ ର ଅଗଧାଡ଼ି ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଫିତା କାଟି ସାଲୁନ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଇକୋ ବେଲେଜା ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ , ଉତ୍କଳ ଷ୍ଟିଲ ଆଣ୍ଡ ପାୱାର ର ନିର୍ଦ୍ଦେଶକ ଡଃ ଶୁଭାଶିଷ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ‘ଇକୋ ବେଲେଜା’ ସବୁବେଳେ ଗ୍ରାହକ ଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ସମଗ୍ର ଦେଶରେ ଗୋଟିଏ ପରେ ଗୋଟିଏ ଆଉଟଲେଟ ଖୋଲି ଏବେ ଗ୍ରାହକ ଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି ଅର୍ଚ୍ଚିତା ମତ ରଖିଥିଲେ । ସରକାର ଙ୍କ ସମସ୍ତ କୋଭିଡ ଗାଇଡଲାଇନ କୁ ଦୃଷ୍ଟିରେ ରଖି ଆଗାମୀ ଦିନ ରେ ‘ଇକୋ ବେଲେଜା’ ସେବା ପ୍ରଦାନ କରିବ ବୋଲି ଇକୋ ବେଲେଜା ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ ମତ ବ୍ୟକ୍ତ କରିଛନ୍ତି । ଏବେ ଧନତେରାସ , ଦୀପାବଳି ଓ ପାର୍ବଣ ସମୟକୁ ଆଖି ଆଗରେ ରଖି ଉତ୍କୃଷ୍ଟ ସେବା ଓ ନୂଆ ନୂଆ ଅଫର ଯୋଗାଇଦେବା କୁ ସ୍ଥିର କରାଯାଇଛି । ‘ଇକୋ ବେଲେଜା’ ର ପରିଚାଳନା ନିର୍ଦ୍ଦେଶିକା ସ୍ମୃତି ଶ୍ଵେତା ଦାସ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବରେ ସାରା ଓଡିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଭୁବନେଶ୍ୱର ରେ ‘ଇକୋ ବେଲେଜା’ ର ଏହା ହେଉଛି ତୃତୀୟ ଆଉଟଲେଟ। ଏହା ପୂର୍ବରୁ ହାଇଦ୍ରାବାଦ, ନୂଆଦିଲ୍ଲୀ , ମୁମ୍ବାଇ ଓ ପୁନେ ରେ ମଧ୍ୟ ଏହାର ଆଉଟଲେଟ ଗୁଡିକ ଗ୍ରହକୁ ଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ସମସ୍ତଙ୍କର ବିଶ୍ୱାସ ଜିତି ପାରିଛି ।