ଭୁବନେଶ୍ଵର(ରତ୍ନଗିରି ନ୍ୟୁଜ)୯/୧ : ଭୁବନେଶ୍ଵର ସତ୍ୟନଗର ବେଞ୍ଚ ମାର୍କ କୋଚିଂ ସେଣ୍ଟର ସିଲ୍ ବେଳେ ବିଏମସିକୁ ନାଲି ଆଖି। ତୁମର କାର୍ଯ୍ୟକ୍ରମ ସରିଲା… ନା’ ଆଉ ବାକି ଅଛି… ବୋଲି କହି ବିଏମସି ସ୍କ୍ଵାର୍ଡଙ୍କୁ ନାଲି ଆଖି ଦେଖାଇଲେ କୋଚିଂ ସେଣ୍ଟରର କର୍ମଚାରୀ। ବିଏମସି ସ୍କ୍ଵାର୍ଡ ଓ ପୋଲିସର ମିଳିତ ଚଢାଉ ବେଳେ କୋଚିଂ ସେଣ୍ଟର କର୍ମଚାରୀମାନେ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏହାପରେ ପୋଲିସ ଓ ବିଏମସି ସ୍କ୍ଵାର୍ଡ ଫେରି ଯାଇଥିଲେ। କେବଳ ଏକ ସିଲ୍ ନୋଟିସ୍ କାନ୍ଥରେ ଛାପି ବିଏମସି ସ୍କ୍ଵାର୍ଡ ଫେରି ଯାଇଥିବା ସୂଚନା ମିଳିଛି।
କରୋନା ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କୋଚିଂ ସତ୍ୟନଗର କୋଚିଂ ସେଣ୍ଟର ସିଲ୍ କରିଛି ବିଏମସି। ରାଜ୍ୟରେ ଏବେ ଦ୍ରୁତ କରୋନା ସଂକ୍ରମଣ ଯୋଗୁଁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ହେଲେ ପୋଲିସ ଓ ବିଏମ୍ସି ଅଧିକାରୀଙ୍କୁ ଏପରି ନାଲି ଆଖି ଦେଖାଇଥିବା କୋଚିଂ ସେଣ୍ଟର ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ କରିପାରିବ ବିଏମ୍ସି ନା ଚୁପ୍ ରହିବ ପୋଲିସ। ଲାଙ୍ଗୁଡ଼ ଜାକି ଦେଲାକି ବିଏମ୍ସି ଓ ପୋଲିସ । ତାହା ଦେଖିବା ବାକି ରହିଲା।