ବରୀ,୧୪/୭(ରତ୍ନଗିରି ନ୍ୟୁଜ) : ବରୀ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧୀନରେ ରହିଛି ବରୀ-୧, ୨, ସୁଜନପୁର, ଅମଠପୁର ଡିଭିଜନ। ମାତ୍ର ଏହି ଅଂଚଳରେ ଗ୍ରୀଡ୍ ପ୍ରତିଷ୍ଠା ହୋଇ ନଥିବାରୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ୩୫ ହଜାରରୁ ଅଧିକ ଉପଭୋକ୍ତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଥାଉକି ଯାଜପୁର ଟାଉନରେ ଥିବା ଗ୍ରୀଡ୍ରୁ ଏହି ଚାରୋଟି ଡିଭିଜନକୁ ବିଦ୍ୟୁତ ସରବରାହ ହୋଇଥାଏ । କିନ୍ତୁ ଏହି ଡିଭିଜନ ଅଧିନସ୍ଥ ଅଂଚଳ ଗୁଡିକ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା, ଦୂର୍ବିପାକ ସମୟରେ ପ୍ରଭାବିତ ହେଉଥିବାରୁ ଲଗାତାର ଭାବେ ବିଦ୍ୟୁତ କାଟ ହେବା ଯୋଗୁଁ ଜନ ଅସନ୍ତୋଷ ବଢି ଚାଲିଛି । ବିଶେଷକରି ବରୀ ଅଂଚଳ ଭୌଗଳିକ ଦୃଷ୍ଟି କୋଣରୁ ଏହି ଅଂଚଳର ବିଦ୍ୟୁତ ଭିତିଭୂମୀ ଠିକ୍ ନଥିବା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାମୁତାବକ ୨୦୦୪ ମସିହାରେ ବରୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଏହି ନିର୍ବାଚନ ମଣ୍ଡଳି ଅଧିନସ୍ଥ ଏରବାଙ୍କ ପଂଚାୟତସ୍ଥିତ ରଘୁନାଥପୁର ଠାରେ ଗ୍ରୀଡ୍ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କୁ ଲିଖୁତ ଭାବେ ଅବଗତ କରିଥିଲେ । ଏହି ମର୍ମରେ ପ୍ରଶାସନିକ ଅଧିକାରୀ, ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁ ଏହା ସ୍ଥାପନ ହେବା କ୍ଷେତ୍ରରେ ବିଳମ୍ବ ଦେଖା ଦେଇଛି । ପରବର୍ତୀ ଅବସ୍ଥାରେ ଯାଜପୁର ଟାଉନସ୍ଥିତ ଗ୍ରୀଡ ଠାରୁ ବରୀ ଅଂଚଳର ଚାରୋଟି ଡିଭିଜନକୁ ବିଚ୍ୟୁତ ଯୋଗାଣ ହେଉଥିବା ବେଳେ ଏହା ଯୋଗାଣ କ୍ଷେତ୍ରରେ ସାମାନ୍ୟ ବର୍ଷା, ଘୁର୍ଣ୍ଣିଝଡ, ଓ ଦୈବୀ ଦୂର୍ବିପାକ ହେବା ଯୋଗୁ ବିଦ୍ୟୁତ ସରବରାହ ବ୍ୟାଘାତ ହେବାର ଦେଖିବାକୁ ମିଳିଛି । ଟିପିଏନଓଡିଏଲ ନେବା ପରେ ଉପଭୋକ୍ତାମାନେ ବିଦ୍ୟୁତ ପାଇବା କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ପାଇବା ଆଶା ରଖିଥିବା ବେଳେ ବାସ୍ତବ ପକ୍ଷେ ଟିପିଏନଓଡିଏଲ ସୁବିଧା ଯୋଗାଇ ନଦେବା ଯୋଗୁ ଆଗାମୀ ଦିନରେ ବରୀ ଅଂଚଳରେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବାର ସୂଚନା ମିଳିଛି । ସ୍ଥାନୀୟ ଉପଭୋକ୍ତାମାନେ ଦୀର୍ଘ ଦିନ ଧରି ଗ୍ରୀଡ଼ ପ୍ରତିଷ୍ଠା ଦାବି କରି ଅସୁଥିବା ବେଳେ ଏଯାବଦ ବିଭାଗୀୟ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ପଦେକ୍ଷେପ ନନେବାରୁ ଖୁବ୍ ଶୀଘ୍ର ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତାକୁ ଲକ୍ଷ ରଖି ବରୀ ଅଂଚଳରେ ଗ୍ରୀଡ଼ ପ୍ରତିଷ୍ଠା କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
Related Stories
October 2, 2024