ବରୀ୧୬l୪( ରତ୍ନଗିରି ନ୍ୟୁଜ):ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆ ତଥା କବିଙ୍କ ମାନସ କଳ୍ପିତ ଶ୍ରୀ ମାନସ ବୃନ୍ଦାବନ ସ୍ଥିତ, ଶ୍ରୀ ରାଧିକାଛନ୍ଦାର ବଣବାବାଜୀ ମହାପୁରୁଷ ପୀଠରେ ବିଶ୍ୱଶାନ୍ତି ହନୁମନ୍ତ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ହୋଇଛି । ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ଏହି ଯଜ୍ଞାନୁଷ୍ଠାନ ମହାସମାରୋହରେ ପାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଭାବେ ପଣ୍ଡିତ ଭଗବାନ ପାଢୀ, ସହଯୋଗୀ ଦେବବ୍ରତ ପାଢି ଓ ପ୍ରିୟବ୍ରତ ପାଢୀ ଯୋଗଦାନ କରିଥିଲେ, ଚଳିତ ବର୍ଷର ବିଶେଷ କାର୍ଯ୍ୟକ୍ରମ ଏହି ମହାପୁରୁଷଙ୍କର ମୁଖ୍ୟ ଗର୍ଭଗୃହ ଭାଙ୍ଗିରୁଜି ଯାଇଥିବାରୁ ବରୀ ବିଧାୟିକା ସୁନନ୍ଦା ଦାସ ତାଙ୍କ ବିଧାୟିକା ପାଣ୍ଠିରୁ ଅନୁଦାନ ପ୍ରଦାନ କରିବା ସହ ତାଙ୍କର କର କମଳରେ ଉକ୍ତ ଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନହଣ ସେବା ସମବାୟ ସମିତି ସଭାପତି ଅଭିନ୍ନ ଚନ୍ଦ୍ର ଜେନା, ପୂର୍ବତନ ସମିତି ସଭ୍ୟ ପ୍ରଦିପ ଘଡାଇ, ଶିଶିଷ୍ଟ ଶିକ୍ଷାବିତ ଗୋପବନ୍ଧୁ ଦାସ, ରବିନ୍ଦ୍ର କୁମାର ବେହେରା, ବିଦଗ୍ଧ କବି ସେବକ ଶରତ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିବା ବେଳେ, ଯଜ୍ଞ କମିଟିର କର୍ମକର୍ତ୍ତା ମାନେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ନିର୍ବାହ କରିଥିଲେ l ଯଜ୍ଞ ମହୋତ୍ସବରେ କର୍ତ୍ତା କର୍ତ୍ତି ଭାବେ ଅଜୟ କୁମାର ଦାସ ଓ ଶୈଳବାଳା ଦାସ ଦାୟିତ୍ୱ ସଂପନ୍ନ କରିଥିଲେ ।
ଶ୍ରୀ ରାଧିକା ଛନ୍ଦାରେ ବିଶ୍ୱଶାନ୍ତି ହନୁମନ୍ତ ମହାଯଜ୍ଞ