ରାଜନଗର (ରତ୍ନଗିରି ନ୍ୟୁଜ୍)12/12: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଢାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ୯ ଟି ଟିମ୍ ଦ୍ୱାରା ଡ଼ଲଫିନ ଗଣନା କାର୍ଯ୍ୟ ଚଳିତ ମାସ ୧୫ ତାରିଖ ଠାରୁ ୧୮ତାରିଖ ମଧ୍ୟରେ ଶେଷ ହେବ ବୋଲି ଡିଏଫଓଙ୍କ ସୂଚନାରୁ ଜଣାପଡିଛି ।୨୦୧୫ମସିହାରୁ ସରକାରଙ୍କ ନିଷ୍ପତ୍ତି କ୍ରମେ ଭିତରକନିକାରେ ଡଲଫିନ ଗଣନା କାର୍ଯ୍ୟକ୍ରମ କରାଯାଉଛି, ଏଥିପୂର୍ବରୁ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ଏହି ଗଣନା ପାଇଁ ପ୍ରତି ଗ୍ରୁପ୍ରେ ୩ରୁ୫ଜଣ ଲେଖା ରହିବେ,ସେଥିମଧ୍ୟରୁ ୫ଟି ଟିମ୍ ସମୁଦ୍ର ମଧ୍ୟକୁ ଯାଇ ଗଣନା କାର୍ଯ୍ୟରେ ନିୟୋଜିତ ହେବା ସହ ଆଉ ୪ଟି ଟିମ୍ ନଦୀ କ୍ରିକ୍ରେ ଗଣନାକରବେ ବୋଲି ଜଣାପଡ଼ିଛି । ଏହି ଗଣନା ଆଉଟର ହୁଇଲରରୁ ଚିଚିରୀମାଉଥ, ବରୁଣେଇରୁ ପାରାଦ୍ୱୀପ, ହସିଣା ବ୍ରିଜରୁ ମାଇକୁରା ମାଉଥ୍, ରାଜନଗର ହସୁଆ ନଦୀରୁ ଖୋଳା,ଖୋଳାରୁ ଧାମରା ମାଉଥ ଭାୟା, ନଳିତାପାଟିଆ, କାଳିଭଞ୍ଜଡିଆ ଜମ୍ୱୁ ଖରନାସୀରୁ ହୁକଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ଡଲଫିନ ଗଣାନା କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।
Related Stories
December 1, 2024
November 25, 2024