ରାୟଗଡ଼ା(ରତ୍ନଗିରି ନ୍ୟୁଜ) :ଦିନେ ଯେଉଁ ଗାଁକୁ କୌଣସି ଅଧିକାରୀ ଯିବାକୁ ସାହସ କରିପାରୁନଥିଲେ ଆଜି ସେଠାରେ ସେମାନେ ଖାଲି ପାଦ ପକାଇନାହାନ୍ତି ବରଂ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ମାଣ୍ଡିଆ_ଜାଉ ମଧ୍ୟ ପିଇଛନ୍ତି। ଡଙ୍ଗରିଆଙ୍କ ସହ ମିଶି ମାଣ୍ଡିଆ ଜାଉ ଖାଇଲେ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ସ୍ୱାଧାଦେବ ସିଂ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବମପାହାଡଘେରା , ନିୟମଗିରି ଅଞ୍ଚଳରେ। ଜିଲ୍ଲାପାଳ ଗାଁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସାଙ୍ଗରେ ମାଣ୍ଡିଆ ଜାଉ ଖାଇଛନ୍ତି ।
ନକ୍ସଲଙ୍କ ସହିଦ ସପ୍ତାହ ସମୟରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ସହ ଗାଁ ର ଲୋକମାନଙ୍କ ସହ ଭେଟ କରିବାକୁ ଯାଇ ସେଠାରେ ବସବାସ କରୁଥିବା ଆଦିମ ଜନଜାତି କନ୍ଧମାନଙ୍କ ଜୀବନଯାପନ ଶୈଳୀ ସମ୍ପର୍କରେ ବୁଝିଛନ୍ତି। ମୋ ପାଇଁ ଜିଲ୍ଲାର ସବୁ ଗାଁ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।