ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୧୪/୧୨:ହିଂଜିଲିକାଟୁ ପୌରାଞ୍ଚଳ ଓ ବ୍ଲକ ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଜି ଶ୍ରୀ ବିଜୟା ଅମୃତା କୁଲାଙ୍ଗୀ ଦ୍ଵାରା ହୋଇଯାଇଛି । ଏନେଇ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ପାଟପୁର ଠାରେ ଆୟୋଜିତ ହୋଇଥିଲା । ୨୧ଟି ଘରୋଇ ହସ୍ପିଟାଲ୍ ଏବଂ ଭୂବନେଶ୍ଵର, ବିଶାଖାପାଟଣା ର ବଡ଼ ବଡ଼ ମେଡ଼ିକାଲରେ ହିତାଧିକାରୀମାନେ ଏହି କାର୍ଡରୁ ସୁବିଧା ପାଇପାରିବେ । ସେହିଭଳି କାର୍ଡ ସଂପର୍କିତ ଯେକୌଣସି ପ୍ରକାର ଆପତ୍ତି ଅଭିଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯିବ । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ପାଟପୁର,ରାଳବ,ଶିକିରି ପଞ୍ଚାୟତ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ମୂଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା,ଡି: ବିଶ୍ୱନାଥ, ସୁରେନ୍ଦ୍ର ନାଥ ପ୍ରଧାନ, ଦୁର୍ଗା ମାଧବ ମହାନ୍ତି, ଗନ୍ତାୟତ ଦଳାଇ, ଲଡୁ କିଶୋର ବେହେରା,ଶିକିରି ସରପଞ୍ଚ ପ୍ରତିମା ବେହେରା, ସମିତି ସଭ୍ୟା ରଶ୍ମିତା ବେହେରା, ଜୁବନେତା ପ୍ରଶାନ୍ତ କୁମାର ପ୍ରଧାନ, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ,GRS, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସାରି ହିଞ୍ଜିଳି ପଉରପରୀଷଦ ଏବଂ ସେହିପରି ଶେରଗଡ଼ ବ୍ଳକ୍ ରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରୀଥିଲେ।
ରିପୋର୍ଟ : କୃଷ୍ଣ ଚନ୍ଦ୍ର ପଣ୍ଡା
Related Stories
November 14, 2024