ବରୀ,୧୨ l ୪(ରତ୍ନଗିରିନ୍ୟୁଜ): ବରୀ ବ୍ଳକ ଅନ୍ତର୍ଗତ ବାଲିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ପ୍ରାୟ ୩୫ ଜଣ ନୂତନ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ସକାଳେ ଭତ୍ତା ବଣ୍ଟନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଧାୟିକା ଶ୍ରୀମତୀ ଦାସ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିପରି ତୁରନ୍ତ ଭତ୍ତା ପ୍ରଦାନ କରାଯାଇ ପାରିବ ସେ ଦିଗରେ ଆବଶକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରେବତୀ ଜେନା ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି,ସମିତି ସଭ୍ୟା ମାନସୀ ଦାସ,ସାଂସଦଙ୍କ ପ୍ରତିନିଧି ପ୍ରଦୀପ ଘଡ଼ାଇ ନାଏବ ସରପଞ୍ଚ ଗୋକୁଳାନନ୍ଦ ଜେନା,ନହଣ ସେବା ସମବାୟ ସମିତି ସଭାପତି ଅଭିନ୍ନ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧରେ ଯୁବନେତା ରତିରଞ୍ଜନ ଜେନା, ସ୍ମୃତି ରଞ୍ଜନ ଜେନା, ୱାର୍ଡ ସଭ୍ୟ ସଭ୍ୟା, ପିଇଓ ଅଶୋକ କୁମାର ଦାସ, ଗ୍ରାମ ରୋଜଗାର ସେବକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ l
Related Stories
November 3, 2024
November 3, 2024