ଟୋକିଓ : ଟୋକିଓ ଅଲିମ୍ପିକ୍ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଲେ ଓଡ଼ିଆ ଝିଅ ଦୂତୀ, କିନ୍ତୁ ପାରିଲେନି। ଆଉ ଏହି ବିଫଳ ଲାଗି କିଟ୍ ଓ ଦୂତୀଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକ। ମା’ କହିଛନ୍ତି- ପରିଶ୍ରମ କରିନି, ଫଳ ମିଳିଲାନି। ଦୂତୀଙ୍କ ମା’ ଅଖଜୀ ଚାନ୍ଦ କହିଛନ୍ତି ଯେ- କର୍ମ କରିଥିଲେ ଫଳ ପାଇଥାନ୍ତା, ସେ ତ କର୍ମ କରିନି ଆମେ ଠାକୁରଙ୍କୁ ଡାକିଲେ କଣ ହେବ? ତେବେ ୨୦୦ ମିଟର ଇଭେଣ୍ଟରେ ଦୂତୀ ସଫଳ ହେଉ ବୋଲି ସମସ୍ତେ ଆଶାବାଦୀ।ଶହେ ମିଟର ଅତିକ୍ରମ କରିବା ପାଇଁ ଦୂତୀ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ୨ୟ ରାଉଣ୍ଡକୁ ଯିବାକୁ ସଫଳ ହୋଇନାହାନ୍ତି। ଦୂତୀ ନଂ ୪୫; ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଦୌଡ଼ିଲେ ମୋଟ ୫୪ ଜଣ। ହେଲେ ଓଡ଼ିଆଙ୍କୁ ଆଉ ଦେଶକୁ ନିରାଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ।
Related Stories
May 13, 2024
February 14, 2024