ମାତ୍ର ୩ ବର୍ଷ ୫ ମାସ ବୟସରେ ପ୍ରଚଣ୍ଡ ପ୍ରତିଭାର ଅଧିକାର । ନିଜର ସେହି ପ୍ରତିଭା ଆଧାରରେ ଆଜି ତାଙ୍କ ନାମ ଇଣ୍ଡିଆ ବ୍ଲକ୍ ଅଫ୍ ରେକର୍ଡରେ ସାମିଲ ହୋଇପାରିଛି। ଏଭଳି ଜଣେ ବିସ୍ମୟ ବାଳକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ବାଇସିଆଁ ଗ୍ରାମର ସାଇ ପ୍ରତୀକ ପଣ୍ଡା । ବାପା ଦେବାଶିଷ ପଣ୍ଡା ତାଞ୍ଜାନିଆର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ରହିଥିବା ବେଳେ ମା’ ଇପ୍ସିତା ମିଶ୍ର ଜଣେ ଗୃହିଣୀ । ଗତ ସେପ୍ଟେମ୍ବର ୨୭ ତାରିଖରେ ଏକ ଜାତୀୟସ୍ତରୀୟ ଅନଲାଇନ କର୍ଯ୍ୟକ୍ରମରେ ସାଇ ପ୍ରତୀକ ଅଂଶଗ୍ରହଣ କରି ସର୍ବକନିଷ୍ଠ ବିଭାଗରେ ନିଜର ପ୍ରତିଭା ଦେଖାଇଥିଲେ ।
ପ୍ରତିଯୋଗିତାରେ ସେ ୧ମିନିଟ୍ ସମୟରେ ୧୨ଟି ବୈଦ୍ୟୁତିକ ସରଞ୍ଜାମ, ୧୦ଟି ରଙ୍ଗ, ୨୩ଟି ପଶୁ, ୨୦ଟି ପକ୍ଷୀ, ୨୪ଟି ଗାଡ଼ି, ମନୁଷ୍ୟ ଶରୀର ୨୧ଟି ଅଂଶ, ୨୫ଟି ଫଳ, ୧୩ଟି ପରିବା, ୨୬ଟି ଇଂରାଜୀ ଶବ୍ଦ ଓ ୧ରୁ ୧୦୦ ପର୍ଯ୍ୟନ୍ତ ଶବ୍ଦ ସମ୍ପୂର୍ଣ୍ଣ ନିର୍ଭୁଲ ଭବେ କହିଥିଲେ । ଏହା ସହିତ ୧୦ଟି ଶାରୀରିକ କୌଶଳ ପଦ୍ଧତି ପ୍ରଦର୍ଶନ କରିଥିଲେ । ଯାହା ଦେଖିବା ପରେ ଉପସ୍ଥିତ ବିଚାରକ ଚକିତ ହେବା ସହ ସାଇଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଚୟନ କମିଟିକୁ ପଠାଇଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ମାନେ ମଧ୍ୟ ସାଇପ୍ରତୀକଙ୍କ ପ୍ରତିଭାକୁ ଦେଖି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସାମିଲ କରିଛନ୍ତି । ଗତ ଅକ୍ଟୋବର ୧୨ ତାରିଖରେ ସାଇ ପ୍ରତୀକକୁ ଏହାର ପ୍ରମାଣପତ୍ର ଓ ମେଡ଼ଲ୍ ପ୍ରଦନ କରଯାଇଛି । ଏ ନେଇ ପରିବାରରେ ଖୁସିର ଲହରୀ ଥିବା ବେଳେ ଏତେ ଛୋଟ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ନାଁ ଯୋଡିଥିବାରୁ ଅଞ୍ଚଳ ବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି ।