ବରୀ(ରତ୍ନଗିରି ନ୍ୟୁଜ)୦୩/୦୫:ଦୀର୍ଘ ଦିନର ପ୍ରତୀକ୍ଷା ପରେ ଧାରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତାର ନବନିର୍ମିତ ଗୃହରେ କାର୍ଯ୍ୟାରମ୍ଭ କରିଛି । ମଙ୍ଗଳବାର ଦିନ ଏ ନେଇ ଆୟୋଜିତ ଉତ୍ସବରେ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରାଯାଇ ନୂତନ ଗୃହ ପ୍ରବେଶ କରାଯାଇଥିଲା ।
ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନାଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଯୋଗ ଦେଇ ଧାରପୁର ପଞ୍ଚାୟତ ଏକ ବିକଶିତ ପଞ୍ଚାୟତ । ଏହାକୁ ଆହୁରି ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ । ନିର୍ବାଚନ ସମୟରେ ପ୍ରାର୍ôଥ ନିର୍ଦ୍ଧିଷ୍ଟ ଦଳରୁ ଲଢୁଥିବାବେଳେ ପରବର୍ତ୍ତୀ ସମୟରେ ନିର୍ବାଚିତ ହେଲା ପରେ ସେ କୌଣସି ଦଳରେ ସୀମିତ ରହିବା ଆମ ପଞ୍ଚାୟତରେ ଦେଖାଯାଏ ନାହିଁ । ଯାହା ଆମକୁ ସ୍ୱତନ୍ତ୍ର ପରିଚୟ ଦେଇଛି ।
ଏହାକୁ ବଜାୟ ରଖିବା ପାଇଁ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଜରୁରୀ ବୋଲି କହିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ପଡୋଶୀ ଗୋଳକୁଣ୍ଡର ନବନିର୍ବାଚିତ ସରପଞ୍ଚ ସବିତା ବେହେରା, ଧାରପୁରର ସରପଞ୍ଚ କୁନା ମଲିକ, ପୂର୍ବତନ ସରପଞ୍ଚ ଟି.ରୋଜାଲିନ ଶ୍ୟାନ୍ତି, ସମିତି ସଭ୍ୟ ତଥା ପୂର୍ବତନ ସରପଞ୍ଚ ଶ୍ରୀଧର ସେଠୀ, ପୂର୍ବତନ ସମିତି ସଭ୍ୟ ସୁରେଶ ମଲିକ, ରାମଚନ୍ଦ୍ର ଯତି, ଯୁବନେତା ବସନ୍ତ ଭୂୟାଁ, ମହିଳା ମହାସଂଘର ବ୍ଲକ୍ ସଭାନେତ୍ରୀ କାଞ୍ଚନ ଜେନା, ରମାମଣୀ ଶ୍ୟାନ୍ତି, ବନମାଳୀ ଜେନା, କମ୍ଭୁଚରଣ ରାଉତ, ଧିରେନ୍ଦ୍ର ପାଣି, ତୁଷାର ଶ୍ୟାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅତିଥିମାନେ ଫିତା କାଟି ପଞ୍ଚାୟତ ଗୃହର ଉଦ୍ଘାଟନ କରିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାଙ୍ଗୀ ମୁର୍ମୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।