ବ୍ରହ୍ମପୁର(ରତ୍ନଗିରି ନ୍ୟୁଜ)ତା୩/୦୧/୨୦୨୨ରିଖ : – ବ୍ରହ୍ମପୁର ସହର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ମହାନଗର ନିକଟସ୍ଥ ସହର ତଳି ଅଞ୍ଚଳ ଏବଂ ୧୮ ଟି ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଦାବୀ ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ କମିଟିର ବହୁ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ସହର ତଳି ଅଞ୍ଚଳକୁ ବିଏମସି ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ମହାନଗର ନିଗମ ଗଠନ ନେଇ ସ୍ଲୋଗାନ ଦେବା ସହ ଏନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ମହାନଗର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ସରକାର ଜାରୀ କରିଥିବା ୨୦୦୮ ଗେଜଟ ନୋଟିଫିକେସନ ଅନୁଯାୟୀ ମହାନଗର ସାମିଲ କରିବା ଦାବୀ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ୧୩ ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଆସୁଛି। ଏନେଇ ଆରଡିସିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି ଏବଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବହୁ ବାର ଦାବୀ ପତ୍ର ଦିଆଯାଇଛି, ଆଜିର ଦାବୀ ପତ୍ରକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହା ତୃତୀୟ ବାର ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅଟେ । ସବୁଠାରେ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନାହିଁ ବୋଲି ସଭାପତି ଅତି କ୍ଷୋଭର ସହ କହିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ସାରା ଭାରତ ବର୍ଷରେ ସବୁଠାରୁ କ୍ଷୁଦ୍ରତମ ମହାନଗର ନିଗମ ହେଇଥିଲ ମଧ୍ୟ ସରକାର ଲୋକଙ୍କ ଦାବୀ ସ୍ଵତ୍ତେ ସହର ତଳି ଅଞ୍ଚଳକୁ ମିଶ୍ରଣ କରି ଏକ ପୂର୍ଣ୍ଣାଙ୍ଗ ଏବଂ ବୃହତ୍ତର ମହାନଗର ନିଗମ ଗଠନ କରିବାରେ କାହିଁକି ଆଜି ପର୍ଯ୍ୟନ୍ତ ପଦକ୍ଷେପ ନେବାରେ ଅସମର୍ଥ ରହି ଆସିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ଅବୁଝା ହୋଇ ରହିଛି। କମିଟି ସଭାପତି କହିଛନ୍ତି ଯେ ମିଶ୍ରଣ ପକ୍ରିୟା ସାକାର ହେଲେ ମହାନଗର ନିଗମ ଅଧିନକୁ ଲୋଚାପଡ଼ା ପଞ୍ଚାୟତ ସହ ନିମଖଣ୍ଡି, ଜଗଦଳପୁର, ଦକ୍ଷିଣପୁର, ଲାଠି,ଅଙ୍କୁଶପୁର, ବଡକୁଷସ୍ଥଳି, ଡୁରା, ଗଞ୍ଜୁ, କନିଶି, ହଳଦିଆପଦର ଓ ଗୋଳବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲ ଏହିଭଳି ମହାନଗର ସନ୍ନିକଟ ୧୮ ଟି ପଞ୍ଚାୟତ ଏବଂ ଏହାର ବାସିନ୍ଦା ମହାନଗର ନିଗମରେ ସାମିଲ ହୋଇ ମୌଳିକ ସୁବିଧା ସୁଯୋଗ ହାସଲ କରିପାରି ଥାନ୍ତେ ,ଯେଉଁଥିରେ ସାଠିଏ ହଜାରରୁ ଉର୍ଦ୍ଧ୍ବ ଘର ଓ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ଅଛନ୍ତି। ସେହିଭଳି ବ୍ରହ୍ମପୁର ସହର ନିକଟରେ ଥିବା ତହସିଲ ଏବଂ ଥାନାର ତ୍ୱରିତ ସେବା ମଧ୍ୟ ପାଇବାରେ ସକ୍ଷମ ହୁଅନ୍ତେ। ତତ୍ ସହିତ ମହାନଗର ନିଗମରେ ଏହି ସବୁ ନୂତନ ଅଞ୍ଚଳ ଓ ଅଞ୍ଚଳ ବାସି ସାମିଲ ହେଲେ ମହାନଗର ନିଗମ ଏବଂ ଏହି ସବୁ ଅଞ୍ଚଳର ଭିତ୍ତିଭୂମି ସଜାଡ଼ିବା ଏବଂ ମୌଳିକ ସୁବିଧା ସୁଯୋଗର ଉପଲବ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରଚୁର ଅନୁଦାନ ଆସିପରିଥନ୍ତା। ଯାହାର ସୁଫଳ ସମସ୍ତଙ୍କୁ ମିଲିପରିଥନ୍ତା। ଏତେ ସବୁ ସ୍ଵତ୍ତେ ଏବଂ ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ଵ ସ୍ଵତେ ମିଶ୍ରଣ ନେଇ ରାଜନୈତିକ ଇଚ୍ଛା ଶକ୍ତି ପ୍ରକାଶ ନପାଇବା ବିଡ଼ମ୍ବନାର ବିଷୟ ବୋଲି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏପରିକି ସାମିଲ ହେବା ପାଇଁ ଲୋଚାପଡ଼ା ଏବଂ ଅନ୍ୟ ତିନୋଟି ଗ୍ରାମ ନିଜ ନିଜ ପଞ୍ଚାୟତରେ ସଂକଳ୍ପ ପତ୍ର ପାସ କରିଦେଲା ପରେ ମଧ୍ୟ ସରକାର ତାହାକୁ ଅଣଦେଖା କରିଆସୁଛନ୍ତି।କମିଟି ମିଶ୍ରଣ ନେଇ ସମସ୍ତ ଉପଲବ୍ଧ ମାର୍ଗ ଆପଣେଇ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଥିଲେ ମଧ୍ୟ ସରକାରଙ୍କୁ ନିଦରୁ ଉଠେଇବାରେ ବିଫଳ ହେବାରୁ ପରିଶେଷରେ କମିଟି ହାଇ କୋର୍ଟ ଙ୍କ ଦ୍ଵାରସ୍ଥ ହେଇଛି। ଇତି ମଧ୍ୟରେ ମହାନଗର ନିଗମ ଗଠନପରେ ଦୁଇଟି ନିର୍ବାଚନ ହୋଇ ତୃତୀୟ ନିର୍ବାଚନ ହେବାକୁ ଯାଉଛି ତେଣୁ ସରକାର ଏଇଥର ମିଶ୍ରଣ ନେଇ ସରକାର କିଛି ଠୋସ ପଦକ୍ଷେପ ନନେଲେ ଲୋକଙ୍କ ଆକ୍ରୋଶର ଶିକାର ହେବା ସୁନିଶ୍ଚିତ ତେଣୁ ବେଳ ଥାଉ ଥାଉ ସରକାର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସହର ମଧ୍ୟରେ ଗ୍ରାମର ଭ୍ରମ କେବେ ଦୂର ହେବ ଦେଖିବାକୁ ବାକି ରହିଲା ।ମିଶ୍ରଣ ପକ୍ରିୟା ସାକାର ରୂପ ନନେଲା ପର୍ଯ୍ୟନ୍ତ ଆଇନଗତ ଲଢେଇ ସହ ସାମାଜିକ ଓ ରାଜନୈତିକ ସ୍ତରରେ ଲଢେଇ କମିଟି ଜାରୀ ରଖିବ ବୋଲି କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆଜିର ପ୍ରତିବାଦ ସଭାରେ ସଭାପତିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ଉପସଭାପତି ହରିହର ନାୟକ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ବିଜୟ ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର, ସଂଯୋଜକ ସି ଏଚ ରାମକୃଷ୍ପୁ ଦାସ, ସହ ସଂଯୋଜକ ଶ୍ରୀମନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଏମ ଲାବଣ୍ୟ ପାତ୍ର,ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପଦେଷ୍ଟା ପ୍ରଫେସର ରଙ୍ଗନାଥ ମିଶ୍ର ଓ ଲକ୍ଷ୍ମଣ ପାତ୍ର ଏବଂ କାର୍ଯ୍ୟକରୀ ସଦସ୍ୟ ଅନ୍ତର୍ଯ୍ୟାମୀ ବେହେରା, ଅଜିତ୍ ପଟ୍ଟନାୟକ, କାହ୍ନୁ ଚରଣ ପତି, ସିଲ୍ଲା ବୈରୀ, ଗଣେଶ ଦାସ,ପି କେ ଦାସ, କିଶୋର ପାତ୍ର, ଅମୀୟ ପଟନାୟକ, ଇ ଟି ରାଓ, ହିମାଂଶୁ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ, ବସନ୍ତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ଏମ ପ୍ରକାଶ ପାତ୍ର, ଶ୍ରୀକାନ୍ତ ପଢିହାରୀ, ବୃନ୍ଦାବନ ପଟ୍ଟନାୟକ, ଅନିଲ ଅଧିକାରୀ, ଶଙ୍କର୍ଷଣ ସାହୁ, କବିରାଜ ରାଉତ, କୁମାର ସ୍ବାମୀ ପାତ୍ର, ବିଜୟ ଚନ୍ଦ୍ର ମହାରଣା, ଶ୍ୟାମ ସୁନ୍ଦର ଖାଡଙ୍ଗା, ରାଜା ସାହୁ, ଅଶୋକ କୁମାର ପାଣିଗ୍ରାହୀ, ଏ ଚ ଏସ ପାଣିଗ୍ରାହୀ,ପ୍ରଣବ କୁମାର ଦାସ, ଜବାହାରଲାଲ ପାତ୍ର , ଲଳିତ ରଥ ଏବଂ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।