ବଲାଙ୍ଗୀର (ରତ୍ନଗିରି ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସଇଁତଲା ରୁ ବାଦୀପଡ଼ା ଲାନ୍ଥ ନଦୀରେ ଯାତାୟାତ କରୁଥିବା ଅନେକ ଗାଁ ର ଜନସାଧାରଣ ଗତ ସୋମବାର ଦିନ ଲାନ୍ଥ ନଦୀରେ ଜଳ ସତ୍ୟାଗ୍ରହ କରି ଆପଣଙ୍କ ଦୃଷ୍ଟିଗୋଚର ଓ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲେଖି ଜଣାଇଥିଲେ । ସଇଁତଲା ରୁ ବାଦୀପଡ଼ା ଡୁଙ୍ଗୁରିପାଲି, ଆମ୍ବପାଲି, ଘୁନୁସର ଓ କଅଁସର ତଥା ଅନେକ ପଞ୍ଚାୟତ କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ ସଇଁତଲା ଓ ବାଦୀପଡ଼ା ମଧ୍ୟରେ ପ୍ରବାହିତ ହେଉଥିବା ଏହି ବୃହତ ଲାନ୍ଥ ନଦୀ ଉଭୟ ଅଞ୍ଚଳବାସୀ ଙ୍କୁ ବିଛିନ୍ନାଞ୍ଚଳ କରି ଦେଇଛି । ବାଦୀପଡ଼ା ଅଞ୍ଚଳ ତଥା ଅନେକ ପଞ୍ଚାୟତ ର ଜନସାଧାରଣ ତଥା ସ୍କୁଲ, କଲେଜ ଛାତ୍ରଛାତ୍ରୀ ସଇଁତଲା ସ୍କୁଲ କଲେଜ ଏବଂ ରୋଗୀମାନେ ସଇଁତଲା ଚିକିତ୍ସାଳୟରେ ଓ ଜନସାଧାରଣ ଦୋକାନ ବଜାର, ସରକାରୀ ବେସରକାରୀ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି କିନ୍ତୁ ସଇଁତଲା ରୁ ବାଦୀପଡ଼ା ମଧ୍ୟରେ ବୃହତ ଲାନ୍ଥ ନଦୀ ପ୍ରବାହିତ ହେଉଥିବାରୁ ଉଭୟ ଅଞ୍ଚଳ ର ଜନସାଧାରଣ ଯାତାୟାତ କରିବାରେ ଅନେକ ସମସ୍ୟା ର ସମ୍ମୁଖୀନ ଭୋଗୁଛନ୍ତି ଓ ଉଭୟ ଅଞ୍ଚଳ ର ଜନସାଧାରଣ ଙ୍କୁ ଅଯଥା ୨୦ କିଲୋମିଟର ଅନ୍ୟ ରାସ୍ତା ଦେଇ ବୁଲିବାକୁ ପଡିଥାଏ । ବିଶେଷ କରି ବର୍ଷା ଋତୁରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ରୋଗୀମାନେ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହୁଅନ୍ତି ଓ କେହି କେହି ବିପଦଶଙ୍କୁଳ ଅବସ୍ଥାରେ ପାଣି ମଧ୍ୟରେ ଯାତାୟତ କରିଥାନ୍ତି । ଏହି ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଦୀର୍ଘ ୫ବର୍ଷ ପୂର୍ବେ ତା.୧୫.୦୧.୨୦୧୬ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସରକାର ଙ୍କ ଦ୍ୱାରା ଭିତ୍ତିପ୍ରସ୍ତର କରାଯାଇ ଲାନ୍ଥ ନଦୀର ପ୍ରସ୍ଥ ୩୧୦ ମିଟର ପାଇଁ ୧୨ କୋଟି ୯୪ ଲକ୍ଷ ଅଟକଳ ପରିମାଣର ମଞ୍ଜୁରୀ ହୋଇ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା ଓ ସେତୁ ନିର୍ମାଣ ଅବଧି ଗତ ତା.୧୪.୦୫.୨୦୧୮ ରେ ଲକ୍ଷ୍ୟ ଧାର୍ଯ୍ୟ ଥିଲେ ମଧ୍ୟ ଅଦ୍ୟାବଧି ଉଭୟ ପାର୍ଶ୍ଵ ସଂଯୋଗ କରୁଥିବା ରାସ୍ତାର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ କରା ଯାଇନାହିଁ କିମ୍ବା ବ୍ରିଜ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହୋଇ ଅସମ୍ପୂର୍ଣ୍ଣ ଭାବରେ ପଡ଼ି ରହିଛି । ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜନେତା ମାନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ସୁଦ୍ଧା ତାଙ୍କର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି । ସରକାର ବାହାଦୂର ମଧ୍ୟ ଜନସାଧାରଣଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ସୁଦ୍ଧା ଆମ ଅଞ୍ଚଳ କୁ ଘୃଣ୍ୟ ମନୋଭାବ କରି କୁତ୍ରିମ ଅବହେଳା କରି ଚାଲିଛନ୍ତି ଯା ଦ୍ୱାରା ଏହି ଦୈନନ୍ଦିନ ନଦୀ ସମସ୍ୟା ଆମ ଅଞ୍ଚଳ ର ଜନସାଧାରଣଙ୍କୁ ଭୋଗିବାକୁ ପଡୁଛି। ଏଣୁ ଏହି ବୃହତ ଅଞ୍ଚଳ ର ସ୍ୱାର୍ଥ ଦୃଷ୍ଟି ରୁ ଜନସାଧାରଣ ତଥା ଛାତ୍ରଛାତ୍ରୀ ଓ ରୋଗୀ ମାନଙ୍କ ପାଇଁ ସ୍ୱାର୍ଥ ହାସଲ ପାଇଁ ଚଳିତ ମାସରୁ ନିର୍ମାଣାଧୀନ ଅସମ୍ପୂର୍ଣ୍ଣ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ନଚେତ ପୁଣି ଭୟାବହ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ସେଥିରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ରାଜନେତା ଓ ରାଜ୍ୟ ସରକାର ଦାୟୀ ରହିବେ ।
Related Stories
November 9, 2024
November 9, 2024