କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲ୍ଲା ର ଅର୍ଗସ ନ୍ୟୁଜ ର ସାମ୍ବାଦିକ ପ୍ରଭାତ ଲେଙ୍କାଙ୍କୁ ମାଡ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଓ ଜିଲ୍ଲା କର୍ମଜିବି ସାମ୍ବାଦିକ ସଂଘ ଓ ଓଡିଶା ସୂଚନା ଅଧିକାର ଅଭିଯାନ ସଙ୍ଘ ପକ୍ଷରୁ ମିଳିତ ଭାବେ ଏସପି ଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଦାବିପତ୍ର ଦିଆଯାଇଛି ।ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଦୀର୍ଘ ଦୁଇଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।ଅପରାଧୀମାନେ ସାମ୍ବାଦିକ ଙ୍କୁ ମାଡ ମାରି ଖୁଲମଖୁଲା ବାହାରେ ବୁଲୁଥିବା ବେଳେ ଖବର ପ୍ରସାରଣ କରୁଥିବା ଅନ୍ୟ ସାମ୍ବାଦିକ ମାନଙ୍କୁ ଫୋନ ଜରିଆରେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ଏହାକୁ କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଘଟଣାକୁ ଘୋର ନିନ୍ଦା କରାଯିବା ସହ ପୋଲିସ ପ୍ରଶାସନର କାର୍ଯ୍ୟ ଶୈଳୀକୁ ନାପସନ୍ଦ କରିଛନ୍ତି ।ବରିଷ୍ଠ ସାମାଜିକ କର୍ମୀ ଅମର ବିଶ୍ୱାଳଙ୍କ କହିବା କଥା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି ।ସତ୍ୟକୁ ଦବାଇ ଦେବା ପାଇଁ ଅପରାଧୀ ମାନେ ଜଣେ ସାମ୍ବାଦିକର କଣ୍ଠରୋଧ କରିଛନ୍ତି ।ଅଭିଯୋଗ ଅନୁସାରେ ବେଆଇନ ବାଲି ଉଠାଣ ଘଟଣାକୁ ଜଣେ ସାମ୍ବାଦିକ ଖବର ପ୍ରସାରଣ କଲା ପରେ ଯଦି ତାକୁ ଷଡଯନ୍ତ୍ର କରି ମାଡ ମରାଯାଏ ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଜିଲ୍ଲାରେ ଆଇନ ବ୍ୟବସ୍ତା କିଭଳି ଚାଲିଛି ।ତେଣୁ ବର୍ତ୍ତମନ ପରିସ୍ଥିତିରେ ସାମ୍ବାଦିକମାନେ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଓ ଓଡିଶା ସୁଚନାଧିକାର ଅଭିଯାନ ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ଅପରାଧୀ ମାନଙ୍କୁ ଗିରଫ ନ କାରାଯାଏ ତେବେ ଆଗାମୀ ଦିନରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
Related Stories
November 3, 2024
November 3, 2024