ମୟୁରଭଞ୍ଜ(ରତ୍ନଗିରି ନ୍ୟୁଜ) : ସୁବର୍ଣ୍ଣରେଖା କେନାଲ ଭିତରୁ ହରିଣ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ସାରସକଣା ସୁବର୍ଣ୍ଣ ରେଖା କେନାଲ ଅଞ୍ଚଳରୁ ଉଦ୍ଧାର ହୋଇଛି ହରିଣ । କେନାଲ ଭିତରେ ହରିଣ ଟି ଦୌଡୁ ଥିବା ବେଳେ ଗ୍ରାମର କିଛି ଲୋକ ହରିଣ ଟିକୁ ଧରି ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ । ତେବେ ସାରସ କଣା ଅଗ୍ନିସମ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣ ଟିକୁ ଉଧାର କରି ବନ ବିଭାଗ କୁ ଖବର ଦେଇଥିଲେ । କିଛି ସମୟ ପରେ ବାଙ୍ଗରିପୋଷି ବନବିଭାଗର ଅଧିକାରୀ ପହଞ୍ଚି ହରିଣ ଟିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
ତେବେ ଏହି ହରିଣଟି ଶିମିଳିପାଳ ଅଞ୍ଚଳରୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଖାଦ୍ୟ ଅନ୍ବଷଣ କରି ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ସୁବର୍ଣ୍ଣରେଖା ଅଞ୍ଚଳରୁ ଉଦ୍ଧାର ହୋଇଛି ହରିଣ । ଅଗ୍ନିଶମ ବିଭାଗ ହରିଣକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା କହିଥିଲେ । ଉଦ୍ଧାର ହୋଇଥିବା ହରିଣଟିକୁ ବାଙ୍ଗରିପୋଷି ବନ ବିଭାଗ ଅଧିକାରୀ ନେଇ ପୁଣିଥରେ ଶିମିଳିପାଳ ଜଂଗଲ ଛାଡିବେ ବୋଲି ସୂଚନା ମିଳିଛି। ତେବେ ଏହି ହରିଣଟି ଶିମିଳିପାଳ ଅଞ୍ଚଳରୁ ଆସିଥାଇ ବୋଲି ଅନୁମାନ କରାଯାଉଛି।