କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ଦେବାଶିଷ

ବରୀ(ରତ୍ନଗିରି ନ୍ୟୁଜ) :-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତି ଜନ ବିରୋଧି ଓ ତୃଟିପୂର୍ଣ୍ଣ । ଯାହା ଫଳରେ କେବଳ ବରୀ ନୁହେଁ ସମଗ୍ର ଦେଶରେ କୃଷକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି । ଏ କଥାକୁ ତୃଣମୂଳ ସ୍ତରରୁ କଂଗ୍ରେସର କର୍ମୀ ଓ ସର୍ମଥକମାନେ ଜୋରଦାର ବିରୋଧ କରିବା ସହ ଆଗାମୀ ଦିନରେ ଦଳ କିଭଳି ଭାବେ କ୍ଷମତାକୁ ଆସିବ ସେ ଦିଗରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ପ୍ରକାଶ କରିଛନ୍ତି ।
ବରୀ ମାଉଣ୍ଡସ୍ଥିତ ଜାଗୁଳାଇ ପୀଠରେ ବରୀ ବ୍ଲକ୍ କଂଗ୍ରେସ ପକ୍ଷରୁ ଶନିବାର ଦିନ ବ୍ଲକ୍ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ୍ ସଭାପତି ସମୀର ନାୟକଙ୍କ ସଭାପତିତ୍ୱ କରିଥିବାବେଳେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସଭା କାର୍ଯ୍ୟକୁ ଯୁବନେତା ଅର୍ପୂବ ସାମଲ ପରିଚାଳନା କରିଥିଲେ । ବ୍ଲକ୍ କଂଗ୍ରେସ ସଭାପତି ସମୀର ନାୟକ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସମସ୍ତ କର୍ମୀମାନେ ଏକତିତ୍ର ହୋଇ ଦଳକୁ ମଜବୁତ କରିବା ସହ କିଭଳି ଭାବେ ପଞ୍ଚାୟତ ସମିତି ଦଖଲ କରାଯିବ ସେ ନେଇ ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କ ପରଲୋକରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିିମନ୍ତେ କାମନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ୱର ଦାସ, ରବିନ୍ଦ୍ର ମଲିକ, ଦେବେନ୍ଦ୍ର ଦାସ, କୁଳମଣୀ ନାୟକ, କଳ୍ପନା ପଣ୍ଡା, ମାନସ ସାହୁ, ସୁବାଷ ସେଠୀ, ଶରତ ଜେନାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *