ବରୀ (ରତ୍ନଗିରି ନ୍ୟୁଜ) : ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପ୍ରବୋଧ କୁମାର ଦେ ୯୦ ବର୍ଷ ବୟସରେ ତାଙ୍କ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ନାଥପୁର ଗ୍ରାମସ୍ଥିତ ବାସଭବନରେ ବୁଧବାର ଦିନ ଭୋର ୪ଟା ସମୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦେ ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ଶିକ୍ଷକ କର୍ମମୟ ଜୀବନ ଜଗତସିଂହପୁର ଜିଲ୍ଲାର ଝଙ୍କଡରୁ ଆରମ୍ଭ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ଯାଜପୁର ଜିଲ୍ଲାର ସାହୁପଡ଼ା-ଧାରପୁର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଦୀର୍ଘ ୩୭ବର୍ଷ ଧରି ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଦେ ଜଣେ ଆର୍ଦଶ ଶିକ୍ଷକ ଭାବେ ଯେମିତି ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ଠିକ୍ ସେମିତି ଜଣେ ଚିକିତ୍ସକ ହିସାବରେ ବରୀ ଅଞ୍ଚଳରେ ତାଙ୍କର ସୁଖ୍ୟାତି ରହିଥିଲା । ସରସ୍ୱତୀ ପୂଜା ସକାଳୁ ସକାଳୁ ଏଭଳି ଦୁଃଖଦ ଖବର ପ୍ରଚାରିତ ହେବା କ୍ଷଣି ସ୍ୱର୍ଗତ ଦେଙ୍କ ନାଥପୁରସ୍ଥିତ ବାସଭବନରେ ତାଙ୍କର ଶୁଭେଚ୍ଛୁ, ଛାତ୍ରଛାତ୍ରୀ, ସହକର୍ମୀ, ଶିକ୍ଷକଶିକ୍ଷୟତ୍ରି, ଗଣମାଧ୍ୟମ ପ୍ରତିନିଧି ଓ ରାଜନୈତିକ ନେତୃବୃନ୍ଦମାନେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୨୧ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଧାରପୁର ସରପଞ୍ଚ କୁନା ମଲିକ, ସମିିତିସଭ୍ୟ ଶ୍ରୀଧର ସେଠୀ, ସାହୁପଡା ସରପଞ୍ଚ ସଞ୍ଜୟ କୁମାର ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ ମୋହନ ସାମଲ, କର୍ଣ୍ଣଚନ୍ଦ୍ର ଘଡାଇ, ବଟକୃଷ୍ଣ ସେଠୀ, କାର୍ତ୍ତିକ ଚନ୍ଦ୍ର ସାହୁ, ଧର୍ମପଦ ଜେନା, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ, ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା, ସାମ୍ବାଦିକ ଚୈତନ୍ୟ ଚରଣ ଜେନା, ଆଇନଜୀବୀ ଭବାନି ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ସମୟରେ ସ୍ୱର୍ଗତ ଦେଙ୍କ ବଡପୁଅ ଦୁଷ୍ମନ୍ତ ଦେ, ସାନପୁଅ ସୁଶାନ୍ତ କୁମାର ଦେ, ପୁତ୍ରବଧୂ, ନାତି, ନାତୁଣୀ, ଝିଅଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
October 2, 2024