ବରୀ,(ରତ୍ନଗିରି ନ୍ୟୂଜ୍ ) : ବରୀ ବ୍ଲକ ଅନ୍ତର୍ଗତ ଧାରପୁର ଗ୍ରାମର ବିସିଷ୍ଟ ବ୍ୟବସାୟୀ ସୁଧାକର ଶ୍ୟାନ୍ତିଙ୍କର ପରଲୋକ ହୋଇ ଯାଇଛି। ୮୦ ବର୍ଷ ବୟସରେ ଶୁକ୍ରବାର ପୂର୍ବାହ୍ନ ୧୨ ଟା ସମୟରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ଯାଜପୁର ଜିଲ୍ଲା ବରୀ ବ୍ଲକ ଧାରପୁର ଗ୍ରାମସ୍ଥ ତାଙ୍କ ବାସ ଭବନରେ ତାଙ୍କ ଶୁଭେଚ୍ଛୁ ମାନଙ୍କର ଭିଡ ଲାଗିଥିଲା। ବରୀ ବିଧାୟିକା ସୁନନ୍ଦା ଦାସ, ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ, ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ପ୍ରଦୀପ ଘଡ଼ାଇ, ସରପଞ୍ଚ କୁନା ମଲିକ, ସମିତିସଭ୍ୟ ଶ୍ରୀଧର ସେଠୀ, ସିଶୁ ସାହିତ୍ୟିକ ଅଜୟ କୁମାର ଜେନା, ବୀରେନ ରାଉତ, ଗୁରୁ ଚରଣ ଦାସ, ବସନ୍ତ ଭୂୟାଁ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଶ୍ୟାନ୍ତିଙ୍କ ମର ଶରୀରରେ ପୁଷ୍ୱମାଲ୍ୟ ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଜ୍ୟା ନିକଟରେ ସ୍ୱର୍ଗତ ଶ୍ୟାନ୍ତିଙ୍କ ଧର୍ମପତ୍ନି, ପୁଅ, ବୋହୁ, ନାତି,ନାତୁଣୀ ଉପସ୍ଥିତ ଥିଲେ। ଏହି ଖବର ପାଇ ଯୁବନେତା ସଂଜୀବ ଜେନା, ସମାଜସେବୀ ଅଶୋକ କୁମାର ବେହେରା, ବିଜେପି ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର ପ୍ରମୁଖ ଶୋକାଵ୍ୟକ୍ତ କରି ସ୍ବର୍ଗତ ପଣ୍ଡାଙ୍କ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି l
Related Stories
December 9, 2024
December 1, 2024