କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ , ଆଇଏଏସ୍ ଥରେ ଜୁନାଗଡ ବ୍ଲକର ଏକ ଦୁର୍ଗମ ଅଂଚଳକୁ ସରକାରୀ ଗସ୍ତରେ ଯାଇଥାଆନ୍ତି ।
ଅନ୍ୟାନ୍ୟ ପଦାଧିକାରୀମାନଙ୍କ ଗହଣରେ ସେ ଏକ ଦେଶୀ ଡଂଗାରେ ନଦୀ ପାର୍ ହେଉଥିଲା ବେଳେ ଆକାଶରେ ଘୋଟି ଆସିଥିଲା ଅଦିନିଆ କଳାହାଣ୍ଡିଆ ମେଘ ।
ଅବଶ୍ୟ ପାଖରେ ଥିଲା ଖଣ୍ଡେ ଛତା ।
କେହି କିଛି ବୁଝିବା ପୂର୍ବରୁ, ଜିଲ୍ଲାପାଳ ନିଜେ ଛତାଟିକୁ କାଢି ତାଙ୍କ ପାଖରେ ବସିଥିବା ମାସିଗାଁ ର ମହିଳା ସରପଞ୍ଚଙ୍କ ମୁଣ୍ଡ ଉପରେ ଛତାଟିକୁ ଧରିଥିଲେ । ଆଦିବାସୀ ଜନଜାତି ସଂପ୍ରଦାୟର ମହିଳା ସରପଞ୍ଚ ଜଣକ ମଧ୍ୟ ବେଶ୍ ସହଜ ଭାବରେ ଜିଲ୍ଲାପାଳଙ୍କ ପାଖରେ ବସି ନଦୀ ପାର୍ ହେବାବେଳେ ବର୍ଷାର ମଜା ନେଇଥିଲେ।
ସାମାଜିକ ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ~ ଏ ଘଟଣା କିଛି ମାସ ତଳେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ; କଳାହାଣ୍ଡି ଜିଲ୍ଲାରେ … ।
ସମସ୍ତେ ଜିଲ୍ଲାପାଳଙ୍କ ଏଭଳି ସୁନ୍ଦର ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ ।।
Related Stories
November 9, 2024
November 9, 2024