ବରୀ (ରତ୍ନଗିରି ନ୍ୟୁଜ୍) : ପୁତୁରାର କଟୁରି ଚୋଟରେ ଦାଦାର ମୃତ୍ୟୁ । ଏଭଳି ଅଭାଵନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରମ୍ପା ଅଂଚଳରେ। ମୃତକ ହେଲେ ଦେବେନ୍ଦ୍ର ବାହାଲିଆ। ଦେବେନ୍ଦ୍ର ଙ୍କୁ ପୁତୁରା ପିୟୁସକାନ୍ତ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ ଆକ୍ରମଣ ର କାରଣ ଜଣାପଡି ନାହିଁ। ପାରିବାରିକ କଳହ ଯୋଗୁଁ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆଜି ମଧ୍ୟାହ୍ନରେ ଦେବେନ୍ଦ୍ର ନିଜର ଦୁଇ ଝିଅଙ୍କ ସହ ଖାଇ ବସିଥିବା ସମୟରେ ପୀୟସ ଏକ କଟୁରିରେ ହଠାତ ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ପଡୋଶୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ପିୟୁସକାନ୍ତ ଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥାନାରେ ରହିଛି। ତେଣୁ ତାଙ୍କୁ ତୁରନ୍ତ ଗିରଫ କରି ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l
Related Stories
February 14, 2024