କଟକ | ରତ୍ନଗିରି ନ୍ୟୁଜ |- କଟକ ଏସିବି ମେଡ଼ିକାଲ ରେ ଦିନକୁ ଦିନ ସିକୁରୀଟି କର୍ମଚାରୀ ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ରୋଗୀମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଧକା ମୂଖୀ ମାରିବାରେ ବି ପଛାଉ ନାହାନ୍ତି ଏହି ସିକୁରୀଟି କର୍ମଚାରୀ ମାନେ । ଏହିଭଳି ଘଟଣା ଗତ ପାଞ୍ଚ ତାରିଖରେ ଜଣେ ଅସହାୟ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ପାଇଁ ଏସିବି ମେଡ଼ିକାଲ ନେଇଥିବା ସାମାଜିକକର୍ମୀ ରଞ୍ଜନ କୁମାର ବେହେରା ଓ ସାମ୍ବାଦିକ ପରୀକ୍ଷିତ ଲେଙ୍କା ଙ୍କୁ ଏସିବି ସିକୁରୀଟି ଗୋଡେଇ ଗୋଡେଇ ବାଡେଇ ଥିଲେ । ଏହି ଘଟଣାରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କି ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରା ଯାଉନାହିଁ | ଏଠି ପ୍ରଶ୍ନ ଉଠୁଛି ଏଠି ସରକାରୀ ହସ୍ପିଟାଲରେ ସରକାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବେଳେ ଏଠି ସିକୁରୀଟିଙ୍କ ମାଡ଼ ମାଗଣାରେ ମିଳୁଛି । ଜଣେ ସାମାଜିକକର୍ମୀ ସେବା ଯୋଗାଇବା କଣ ଭୁଲ । ସେଥିପାଇଁ କଣ ସିକୁରୀଟିଙ୍କ ମାଡ଼ ଖାଇବାକୁ ପଡିବ । ସିକୁରୀଟି କର୍ମଚାରୀଙ୍କୁ ମାଡ଼ ମାରିବାର ଅଧିକାର ଦେଲା କିଏ । ଏଭଳି ଅନେକ ପ୍ରଶ୍ନ ଉଠୁଛି । ଏ ବାବଦରେ ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ସିକୁରୀଟି ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାକୁ ନେଇ ଓଡିଶା ସମାଜସେବୀ ମହାସଙ୍ଘର ଏକ ଦଳ ଆଜି କଟକ ଡିସିପିଙ୍କୁ ଭେଟି ସିକୁରୀଟି କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାସଙ୍ଘ ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା । ମହାସଙ୍ଘ ଉପସଭାପତି ସସ୍ମିତା ଦାସ । ପ୍ରାଧ୍ୟାପକ ଡ଼ଃ ଅସିତ ଦାସ । ରକ୍ତଦାତା ତନ୍ମୟ ସାମନ୍ତରାୟ । ଯୁବ ସମାଜସେବୀ ଚିତ୍ତରଞ୍ଜନ ଦାଶ । ପ୍ରମୋଦ କୁମାର ପତି । ଶିବରାମ ସାହୁ । ସରୋଜ କୁମାର ସାହୁ । ରଞ୍ଜନ କୁମାର ବେହେରା ଓ ପରୀକ୍ଷିତ ଲେଙ୍କା ପ୍ରମୁଖ ଡିସିପିଙ୍କୁ ଭେଟି ଦାବିପତ୍ର ଜଣାଇଥିଲେ ।
Related Stories
November 14, 2024