ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) :-ରାଜ୍ୟ ସରକାର ଶିକ୍ଷାକ୍ଷେତ୍ର କୁ ଅଗ୍ରଣୀ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟରେ ନୂତନ କୋଠରୀ, ଶୌଚାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବ୍ୟବସ୍ଥା କରୁ ଥିବା ବେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଲିଛି l ବିଦ୍ୟାଳୟର ଛାତ ଗୁଡିକ ଫାଟ ଦେଇ ଆଁ କରିଛି l ବାଡା ଭାଙ୍ଗି ପଡିଛି ରହିଛି ସେଥିରେ ପୁଣୀ ତାର ବାଡା , ଶୌଚାଳୟ ମଧ୍ୟ ଅଚଳ ଅବସ୍ଥାରେ ରହିଛି l ଏହି ପରିପ୍ରେକ୍ଷୀରେ କିପରି ଭାବରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢିବେ ବୋଲି ଅଭିଭାବକ ମାନେ ଭୟଭୀତରେ ରହିଛନ୍ତି l କୌଣସି ସମୟରେ ଅଘଟଣ ଘଟିଲେ ଦାୟୀ କିଏ ରହିବ ? ଏହି ବିପଦ ଅବସ୍ଥା କୁ ନେଇ ପ୍ରଧାନ ଶିକ୍ଷକ କେତେ ଥର ଦାବିପତ୍ର ଦେଇଛନ୍ତି ! ବିଡ଼ିଓ, ବିଇଓ କୁ ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ମରାମତି ନ କରିବା ଦୁଃଖର ବିଷୟ ବୋଲି କହିଛନ୍ତି ରାମଚନ୍ଦ୍ରପୁର ଗ୍ରାମର ପୂର୍ବତନ ସମିତି ସଭ୍ଯ ଭୀସ୍ମ ବାଗ l ଏହାର କିଛି ସୁବ୍ୟବସ୍ଥା ନ କଲେ ଆମ୍ଭେ ଆମର ପୁଅ ଝିଅକୁ ବିଦ୍ୟାଳୟ କୁ ପାଠ ପଢାଇବାକୁ ଛାଡିବୁ ନାହିଁ ବୋଲି କହିଛନ୍ତି l ଏଣୁ କରି ଜିଲ୍ଲା ପ୍ରଶାସନ ଏଠି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଙ୍କ ଦାବୀ ହେଉଛି l
Related Stories
December 1, 2024
November 25, 2024