ବଲାଙ୍ଗୀର(ରତ୍ନଗିରି ନ୍ୟୁଜ ) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତରେ ଫେଲ ମାରିଛି ମନରେଗା ଯୋଜନା l ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠେମେରା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ କାମ ନ କରିଥିବା ଶ୍ରମିକଙ୍କ ଖାତାରୁ କିଭଳି ଟଙ୍କା କଲେକ୍ସନ କରୁଛନ୍ତି ତାର ଭିଡ଼ିଓ ହେଉଛି ଭାଇରାଲ l ଫୁଲବନ୍ଧ ଠାରୁ ସିଲେଟପଡା ଓ ଫୁଲବନ୍ଧ ଠାରୁ ଗଁରେଇ ରାସ୍ତା ମନରେଗା ଯୋଜନା ରେ ହୋଇ ଥିବା ବେଳେ ମାଟି ଉର୍ନତି କାମ ସମ୍ପୁର୍ଣ୍ଣ ହୋଇ ନାହିଁ କିନ୍ତୁ ଟଙ୍କା ବେନାମୀ ଶ୍ରମିକଙ୍କ ନାମରେ ଉଠା ଯାଉଛି l ଏପରିକି ହଜାର ହଜାର ଟଙ୍କାର ଵିଲ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ! କାମ ନ କରି ଟଙ୍କା ପାଇଥିବା ଥିବା ଶ୍ରମିକ କହିଛନ୍ତି କି କାମ ନ କରି ତାଙ୍କ ଆକାଉଣ୍ଟକୁ କେମିତି ଆସିଲା ମନରେଗା ଯୋଜନାର ଟଙ୍କା l ଏ ବିଷୟରେ ମୋତେ କିଛି ଜଣା ନାହିଁ ହେଲେ ଟଙ୍କା ନେବା ପାଇଁ ଠେମେରା ସରପଞ୍ଚ ଙ୍କ ସ୍ୱାମୀ ଅନ୍ୟଲୋକଙ୍କୁ ପଠାଇ ଥିଲେ l ମୁଁ ସେହି ଟଙ୍କାକୁ ଦେଇ ଦେଇଛି ବୋଲି କହିଛନ୍ତି ! ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ପଞ୍ଚାୟତ ସାରା କେତେ ଡୁପ୍ଲିକେଟ ଶ୍ରମିକମାନଙ୍କ ନାମରେ ଟଙ୍କା ପକାଇ ଆତ୍ମସାତ କରାଯାଉଛି l କାଗଜ କଲମରେ କାମ କରି କିଛି ମୋରୁମ ଆଉ ମାଟି ଛିଞ୍ଚି ଲକ୍ଷ ଲକ୍ଷ ଟଙ୍କା ଵିଲ ମିଳି ମିଶି ଆତ୍ମସାତ କରିଛନ୍ତି ଗରିବ ଶ୍ରମିକଙ୍କ ଟଙ୍କା l ଏ ବିଷୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଯୋଗଯୋଗ କରିଥିବାରୁ ପ୍ରତିକ୍ରିୟା ରେ ସେ କହିଛନ୍ତି ଯଦି କାମ ନ କରିଥିବା ଶ୍ରମିକଙ୍କ ଖାତାରେ ଟଙ୍କା ପଡିଛି ତେବେ ରିକଭରୀ କରାଯିବ। ଏଭଳି ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହା କେବଳ ଦେଖିବାକୁ ବାକି ରହିଲା ।
Related Stories
December 1, 2024
November 25, 2024