ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ଶୁକଳ ସ୍ଥିତ ମହେଶ୍ୱର ମଲ୍ଲ ଉଚ୍ଚବିଦ୍ୟାଳୟ ଠାରେ ଚଳିତ ହାଇସ୍କୁଲ ପରୀକ୍ଷାରେ ଏ ୱାନ ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଚନ୍ଦନପୁର ସରପଞ୍ଚଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧିତ କରାଯାଇଛି l ଏ ନେଇ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ମାଧବୀ ଛାତ୍ର ଛାତ୍ରୀ ମାନଙ୍କ ଉଚ ପ୍ରଶଂସା କରିବା ସହ ଭବିଷ୍ୟତରେ ବରୀ ନାଁ କୁ ଆହୁରି ଉଜ୍ବଳ କରିବା ପାଇଁ ପରାମର୍ଶ ଦେଇଥିଲେ l ଉପସ୍ଥିତ ଅନ୍ୟ ବିଦ୍ୟାର୍ଥିମାନେ କିପରି ଆସନ୍ତା ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ନିଜର ସ୍ୱତନ୍ତ ପରିଚୟ ସୃଷ୍ଟି କରି ପାରିବେ ସେଥିପାଇଁ ଏବେ ଠାରୁ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ l ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ରବୀନ୍ଦ୍ର କୁମାର ପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ ଯୋଗଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ନିର୍ମଳ କୁମର ଜେନା, ଶିକ୍ଷକ ନେତା ଲୋକନାଥ ଦାସ, ଡକ୍ଟର ନୃସିଂହ ଚରଣ ବେହେରା, ଅନିରୁଦ୍ଧ ମଲ୍ଲ, ସୁଦର୍ଶନ ମଳିକ, ସି ଆର ସି ସି ପ୍ରମୋଦ କୁମାର ଦାସ, ମକର ଚରଣ ଘଡ଼ାଇ, କର୍ଣ୍ଣ ଚନ୍ଦ୍ର ଘଡ଼ାଇ, ସରପଞ୍ଚ ଚପଳା ମଲ୍ଲ ପ୍ରମୁଖ ଯୋଗଦେଇ ଛାତ୍ର /ଛାତ୍ରୀମାନଙ୍କୁ ଦିଗଗର୍ଶନ ଦେବା ସହଊତ୍ସହିତ କରିଥିଲେ l ଏହି ଅବସରରେ ଅତିଥି ମାନେ ସମସ୍ତ ଛାତ୍ର/ଛାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ, ମାନପତ୍ର ଓ ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରେ ପରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଓ ଅନ୍ୟ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l
ପ୍ରକାଶ ଥାଉକି ଚଳିତ ମାଟ୍ରିକ ପରୀକ୍ଷାରେ ବରି ବ୍ଲକରୁ ଶହେ ଚାଲିଶ ଜଣ ଛାତ୍ର ଛାତ୍ରୀ ଏ ୱାନ ବର୍ଗରେ ଉତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ଉକ୍ତ ବିଦ୍ୟାଳୟର ନିହାରିକା ଦାସ ଯାଜପୁର ଜିଲ୍ଲାରୁ ସର୍ବୋଚ୍ଚ 590 ନମ୍ବର ରଖି ଜିଲ୍ଲା ଟପର ଭାବେ ଉତୀର୍ଣ୍ଣ ହୋଇଛନ୍ତି l