ବରୀ(ରତ୍ନଗିରି ନ୍ୟୁଜ) : ଦ୍ଵିପାଞ୍ଚଳ ଉନ୍ନୟନ ପରିଷଦ ବରୀ ତରଫରୁ ବରୀର ୨୯ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ରମାଦେବୀ ଆଶ୍ରମ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଦ୍ଵିପାଞ୍ଚଳ ଉନ୍ନୟନ ପରିଷଦର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ କୁଳମଣି ଶୁକ୍ଳ ମହୋଦୟ ସଭାପତିତ୍ଵ କରିଥିଲେ। ବୈଠକରେ ସମସ୍ୟା ବହୁଳ ବରୀ ର ୪ଟି ସମସ୍ୟା ଯଥା – ଶିକ୍ଷା, ତନ୍ତିଘାଇ ର ସ୍ଥାୟୀ ବ୍ୟାରେଜ୍, ବରୀ ରେ ସରକାରୀ ଶୀତଳଭଣ୍ଡାର ପ୍ରତିଷ୍ଠା, ବିରୂପା କେଲୁଅ ଦୋଆବ୍ ସମ୍ପୂର୍ଣ୍ଣ କରିବା ଓ ବରୀ ର ବେକାରୀ ଯୁବକ ଜୁବତିଙ୍କୁ ସ୍ୱାବଲମ୍ବୀ କରିବା ଵିଷୟରେ ଆଲୋଚନା ହୋଇଥିଲା।
ଉକ୍ତ ସଭାରେ କମିଟି ର ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହୁରା ସ୍ୱାଗତ ଭାଷଣ ସହ ସଭାର ଉଧେଷ୍ୟ ଵିଷୟରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜୟୈରାମ୍ ନାୟକ, ରମେଶ ଚନ୍ଦ୍ର ତ୍ରିପାଠୀ, ଦୀନେଶ ଦାଶ,ପଦ୍ମନାଭ କର, ବିଶ୍ଵନାଥ ଦାଶ, ତିଳୋତ୍ତମା ସେଠୀ, ସ୍ମିତରାଣୀ ସାମଲ, ଶଶୀକଳା ପାଣ୍ଡବ, ବନ୍ଦିତା ଦାସ ଓ ସିତାରାଣୀ ଦେଓ ପ୍ରମୁଖ ଯୋଗଦେଇ ଥିଲେ।
ଉକ୍ତ ଆଲୋଚନାଚକ୍ର ରେ ଯଯାତିକେଶରୀ ନାୟକ, ସଭ୍ୟ, ସ୍ୱାଇଁଖଣ୍ଡ, ଜଗଦୀଶ ଜେନା, ସରପଞ୍ଚ, ଗମୁ, ବିଭୁପ୍ରସାଦ ରାଉତ, ସଭ୍ୟ, ମହାକାଳପଡ଼ା, ଧିରେନ୍ଦ୍ର ଜେନା, ସରପଞ୍ଚ, ମନ୍ଦାରି, ମାନସ ଜେନା, ସରପଞ୍ଚ, ରମ୍ପା, ନିରୁପମା ମଲ୍ଲିକ, ସରପଞ୍ଚ, ଅରଙ୍ଗବାଦ୍, ଓ ସୁଜାତା ଦାସ, ସଭ୍ୟା, ଅମଠପୁର ଆଦି ନିଜର ମୂଲ୍ୟବାନ ମତ ପ୍ରଦାନ କରିଥିଲେ। ଶେଷରେ ଦ୍ଵିପାଞ୍ଚଳ ଉନ୍ନୟନ ପରିଷଦ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଢିହାରି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
Related Stories
December 1, 2024
November 25, 2024