ବରୀ (ରତ୍ନଗିରି ନ୍ୟୁଜ) : ଯିଏ ଯେଉଁଠି ଯେତେ ସମ୍ମାନିତ କଲେ ମୋ ମାଟିର ଶ୍ରଦ୍ଧା ଓ ଭଲ ପାଇବା ସବୁର ଉର୍ଦ୍ଧ୍ଵରେ l ମୁଁ ଯେଉଁ ବରୀ ମାଟିରୁ ପ୍ରତିନିଧିତ୍ଵ କରୁଛି ସେ ମାଟି ପବିତ୍ର ମାଟି, ସ୍ଵାଧୀନତା ସଂଗ୍ରାମୀ, ସହିଦଙ୍କ ରକ୍ତଭିଜା ମାଟି l ଏହି ମାଟିର ପ୍ରତିନିଧିତ୍ଵ କରି ମୋତେ ଯେଉଁ ପ୍ରଶଂସା ମିଳିଛି ତାହା ମୋର ନୁହେଁ ବନବାସୀଙ୍କ l କାରଣ ସେମାନେ ମୋତେ ବିଧାୟିକା ହୋଇ ସେବା କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି ଏହି ସମ୍ମାନ ତାଙ୍କର ବୋଲି ବରୀ ମାଉଣ୍ଟ ନିକଟରେ ଅନୁଷ୍ଠତି ବିଶାଳ ସମ୍ଵର୍ଦ୍ଧନା ସଭାରେ ନିଜର ମତ ପ୍ରକାଶ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ l
ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ଵର୍ଦ୍ଧନା ସଭାରେ ଜିଲ୍ଲା ଉପସଭାପତି ଆର୍ତ୍ତବନ୍ଧୁ ସାମଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଯାଜପୁର ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚନା ମଲିକ୍, ବରୀ ବ୍ଲକ ଯୁବ ବିଜେଡ଼ି ସଭାପତି ରଞ୍ଜନ କୁମାର ପଣ୍ଡା, ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନା ନାଥଶର୍ମା, ରମ୍ପା ସରପଞ୍ଚ ମାନସ ଯେନାଙ୍କ ସମେତ ବହୁ ଆଗ ଧାଡ଼ିର ବିଜେଡ଼ି କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶୁକ୍ରବାର ସକାଳେ ସୁଜନପୁର ଠାରୁ ବିଧାୟିକା ଶ୍ରୀମତୀ ଦାସଙ୍କୁ ନିଜର ସମର୍ଥକମାନେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ସମ୍ଵର୍ଦ୍ଧନା ସଭା ସ୍ଥଳକୁ ପାଛୋଟି ଆଣିଥିଲେ l
ଅୟୋଜିତ ସମ୍ଵର୍ଦ୍ଧନା ସଭାରେ ବିଧାୟିକା ଶ୍ରୀମତୀ ଦାସଙ୍କୁ ବରୀ ବିଜୁ ଜନତା ଦଳ, ଜାହ୍ନବୀ ମହିଳା ମହାସଂଘ , ଗୋପବନ୍ଧୁ ରମାଦେବୀ ଆଶ୍ରମ, ପୁଷ୍ପଗିରି ସାହିତ୍ୟ ଓ ସଂସ୍କୃତି ମଞ୍ଚ, ଜଗା ଶିଶୁ ସାହିତ୍ୟ ସଂସଦ, ବିଦଗ୍ଧl ଅନୁଷ୍ଠାନ, ଅଭିମନ୍ୟୁ ସାହିତ୍ୟ ପରିଷଦ, ଜୟଜଗନାଥ ସାଂସ୍କୃତିକ ପରିଷଦ, ଶିକ୍ଷକ ସଂଗଠନ, ଆମ୍ବେଦକର ବିକାଶ ପରିଷଦ, ଓଡ଼ିଶା କୃଷକ ମଞ୍ଚ, ଦୀପାଞ୍ଚଳ ଉନ୍ନୟନ ପରିଷଦ, ଓଡ଼ିଶା ସେବା ସଙ୍ଘ, କଳାକାର ମହାସଂଘ ଯାଦବ ମହାସଭା, ଅବସରପ୍ରାପ୍ତ ସେନା କର୍ମଚାରୀ ସଙ୍ଘ, ସେବା ନିବୃତ୍ତ କର୍ମଚାରୀ ସଙ୍ଘ ଓ ବିଭିନ୍ନ ପଞ୍ଚାୟତ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଶେଷରେ ରସୁଲପୁର ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ବରୀ ରୁ ସନ୍ତୋଷ କୁମାର ରାଉତ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ