ବରୀ(ରତ୍ନଗିରି ନ୍ୟୁଜ)୧୮/୦୮ : ସଫଳତା ପାଇବା ପାଇଁ ହେଲେ ନିଜେ ନିଜ ସହ ପ୍ରତିଯୋଗିତା କରିବାର ଆବଶ୍ୟକତା ରହିଛି । ନିଜ ସହିତ ପ୍ରତିଯୋଗିତା କଲେ ନିଜର ଉତ୍କୃଷ୍ଠତା ବଢିଥାଏ । ଅନେକ ସମୟରେ ଆମେ ଅନ୍ୟ ମାନଙ୍କୁ ଦେଖି ତାଙ୍କ ସହ ପ୍ରତିଯୋଗିତା କରିଥାଉ । ଏଭଳି ପ୍ରତିଯୋଗିତା କରିବା ଦ୍ୱାରା ଆମ ଭିତରେ ଇର୍ଷା ବୃଦ୍ଧି ପାଇଥାଏ । ଘୋଷା ଜ୍ଞାନ, ଜ୍ଞାନ ନୁହେଁ ତେଣୁ ଘୋଷିବା ଅପେକ୍ଷା ଅନୁଧ୍ୟାନ ଏବଂ ଅଧ୍ୟୟନ କଲେ ଯେ କେହି ସଫଳ ବିଦ୍ୟାର୍ଥି ହୋଇପାରିବ ବୋଲି ଯାଦବ ମହାସଭା ବରୀ ପକ୍ଷରୁ ଆୟୋଜିତ ବରୀର ଏ-ୱାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଅତିଥିମାନେ ମତବ୍ୟକ୍ତ କରି ଥିଲେ ।
ଗୁରୁବାର ଦିନ ଜନ୍ମାଷ୍ଟମି ଅବସରରେ ଯାଦବ ମହାସଭା ବରୀ ପକ୍ଷରୁ ଅଜାଣ ବନ ଶୋଭନିୟ ଶିକ୍ଷାଶ୍ରମ, ମେଦୁଆକୂଳ ପରିସରରେ ବରୀ ବ୍ଲକ୍ର ଏ- ୱାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ମହାସଭାର ସଭାପତି ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଉତ୍ସବରେ ମୁଖ୍ୟଅତିଥିଭାବେ ବଡଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥି ଯୋଗ ଦେଇ ଜଗତ ଠାକୁର ଶ୍ରୀକୃଷ୍ଣଙ୍କର ଜନ୍ମ ରହସ୍ୟ ଏବଂ ବୈଜ୍ଞାନିକ ମତବାଦ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଅନ୍ୟତମ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ସଫଳତା ପାଇବାକୁ ହେଲେ କଠୋର ପରିଶ୍ରମ ଏବଂ ଅଧବସାୟ ଲୋଡା । ବରୀର ଝିଅ ସମଗ୍ର ଯାଜପୁର ଜିଲ୍ଲାରେ ଟପର ହୋଇଥିବାରୁ ଏହା ଅଧ୍ୟୟନରତ ଛାତ୍ରଛାତ୍ରିମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବିଧାୟିକା ଶ୍ରୀମତୀ ଦାସ କହିଥିଲେ ।
ଅତ୍ୟତମ ଅତୀଥି ଭାବେ ଫକିର ମୋହନ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର କୁମରବର ଦାସ ଓ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଯୋଗ ଦେଇ ବିଭିନ୍ନ ଉଦାହରଣ ଛଳରେ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥିବା ମହା ମାନବମାନଙ୍କ ପିଲା ଦିନ ଯେ କେତେ ସଂଘର୍ଷମୟ ଥିଲାତାହା କହିଥିଲେ ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଯାଦବ ମହାସଭାର ସଭାପତି ଗଣେଶ୍ୱର ଦାସ, ବିଶିଷ୍ଟ ଶିକ୍ଷାବିତ୍ ଲୋକନାଥ ଦାସ, ଡ. ନୃସିଂହ ଚରଣ ବେହେରା, ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବଡଚଣାର ପୂର୍ବତନ ଉପାଧ୍ୟକ୍ଷ ପଞ୍ଚାନନ ଧଳ, ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ବିପିନ ଜେନା, ନିଂରଜନ ସେନାପତି, ଶିକ୍ଷକ ଦିଲ୍ଲିପ କୁମାର ଦାସ, ଗୋପବନ୍ଧୁ ଦାସ, ମୁକୁନ୍ଦ ପ୍ରସାଦ ଦାସ, କର୍ଣ୍ଣ ଚନ୍ଦ୍ର ଘଡାଇ, ନିର୍ମଳ କୁମାର ଜେନା, ବୃନ୍ଦାବନ ସାମଲ, କିଶୋର ଚନ୍ଦ୍ର ଦାସ, ବିଷ୍ଣୁ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ମେଧାବି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଟ୍ରଫି୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l