ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଘରେ ଘରେ ଶଙ୍ଖ ଅଭିଯାନ କାର୍ଯ୍ୟକ୍ରମ। ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ ଓ ନିର୍ଦେଶକ୍ରମେ ବିଜୁଜନତା ଦଳ ପକ୍ଷରୁ ସାରା ଓଡିଶାରେ ଘରକୁଘର ବୁଲି ରାଜ୍ୟରେ ହୋଇଥିବା ଓ ହେଉଥିବା ସରକାରଙ୍କ ଜନହିତକର କାର୍ଯ୍ୟ ସବୁକୁ ଜନସାଧାରଣଙ୍କୁ ବୁଝାଇବା ସହ ଶଙ୍ଖ ତଥା ବିଜୁ ଜନତା ଦଳ ସପକ୍ଷରେ ଜନମତ ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟରେ ବରୀ ବିକାଶର ସାରଥୀ ତଥା ଜନ ସାଧାରଣଙ୍କ ପ୍ରିୟନେତ୍ରୀ ସୁନନ୍ଦା ଦାସଙ୍କ ନେତୃତ୍ବରେ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ ଅନ୍ତର୍ଗତ ସାହୁପଡ଼ା ପଂଚାୟତର ମାଟିଆପଡ଼ା ଗ୍ରାମରେ ଶୁକ୍ରବାର ଦିନ ଆରମ୍ଭ କରିଛନ୍ତି ବରୀ ବିଧାୟିକା ଶ୍ରୀମତୀ ଦାସ l ପ୍ରଥମେ ପୂଜାର୍ଚ୍ଚନା କରି ବିଧାୟିକା ଏବଂ ଦଳୀୟ କାର୍ଯ୍ୟକର୍ତା ମାନେ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ତଥା ବରୀରେ ହୋଇଥିବା ଏବଂ ହେଉଥିବା ଜନହିତକର ଉନ୍ନତି ମୂଳକ କାର୍ଯ୍ୟ ସମ୍ବନ୍ଧରେ ବୁଝାଇବା ସହ ଘରେ ଘରେ ଦଳର ପ୍ରତୀକ ଶଙ୍ଖ ଚିହ୍ନ ଲଗାଇଥିଲେ।
ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅବସରରେ ବିଧାୟିକା ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀ ସାରା ବ୍ୟାପ୍ତ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ଆଶ୍ରିବାଦରେ ବରୀ ବିକାଶ କାର୍ଯ୍ୟକୁ ନିଶ୍ଚିତ ଭାବରେ ଆଗେଇନିଆଯିବ। ଏହି କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସହିତ ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼ାଇ, ପୁର୍ବତନ ସରପଞ୍ଚ ବିଜୟ ନାୟକ, ଅରବିନ୍ଦ ମହାନ୍ତି, ଆର୍ତବନ୍ଧୁ ସାମଲ, ବ୍ଲକ ଯୁବ ବିଜେଡ଼ି ସଭାପତି ରଂଜନ କୁମାର ପଣ୍ଡା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଅଯୋଧ୍ୟା ଜେନା, ପ୍ରାକ୍ତନ ସମିତି ସଭ୍ୟ ଆଶିଷ ପରିଡ଼ା, ଅଜୟ ମଲ୍ଲ, ଗୀତାଞ୍ଜଳି ପରିଡ଼ାଙ୍କ ସମେତ ବିଜେଡ଼ିର ବହୁ ଛାମୁଆ କର୍ମୀ ଉପସ୍ଥିତ ଥିଲେ। ବରୀ ରୁ ସନ୍ତୋଷ କୁମାର ରାଉତ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ