ଅଜାଣବନ ଶିଶୁ ମହୋତ୍ସବ ପାଳନ ଅବସରରେ ସାଧାରଣତନ୍ତ୍ର ଦିବସ ପାଳିତ

ବରୀ (ରତ୍ନଗିରି ନ୍ୟୁଜ) : ଆଜି ଯାଜପୁର ଜିଲ୍ଲା ବରୀ ବ୍ଲକସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ,ମେଦୁଆକୂଳ ପରିସରରେ ଆଜି ସାଧାରଣନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି । ଅଭିମନ୍ୟ ସାମନ୍ତସିଂହାର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦେବ ପ୍ରସାଦ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପିଲାମାନଙ୍କୁ ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବିଷୟରେ କହିବା ସହିତ ଶହୀଦ ସାଉଁଟି, ସାନନ୍ଦ, ହାଡିବନ୍ଧୁ, ମାୟାଧରଙ୍କୁ ମନେପକାଇ ଭଲ ମଣିଷ ହେବା ପାଇଁ ଆଶାବ୍ୟକ୍ତ କରିଥିଲେ । ଶିକ୍ଷାଶ୍ରମର ମୁଖ୍ୟ ସେବକ ଡଃ ନୃସିଂହ ଚରଣ ବେହେରା ନିଜର ଅଭିଭାଷଣରେ ଦେଶକୁ ସ୍ଵାଧୀନତା ଆଣିବାରେ ମହାପୁରୁଷମାନଙ୍କର ବଳିଦାନ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ ଓ ଭବିଷ୍ୟତରେ କିପରି ସୁନାଗରିକ ହେବେ ତାହା ଉପରେ ଆଲୋକପାତ କରିଥିଲେ ।

ଶିକ୍ଷାଶ୍ରମର ପ୍ରାକ୍ତନ ପ୍ରଧାନ ଶିକ୍ଷକ କରୁଣାକର ପ୍ରଧାନ ସଭାରେ ଯୋଗଦେଇ ପିଲାମାନଙ୍କୁ ନିତିଶିକ୍ଷା ଦେଇ ଭବିଷ୍ୟତରେ କିପରି ଭଲ ମଣିଷ ହେବାପାଇଁ ଉପଦେଶ ଦେଇଥିଲେ । ଶିକ୍ଷାଶ୍ରମର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ଜେନା ପିଲାମାନଙ୍କୁ ଶୃଙ୍ଖଳିତ ହେବାପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷିକାମାନେ ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ପିତା, ମାତା ଓ ଗୁରୁଜନଙ୍କୁ ଭକ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷାଶ୍ରମର ସ୍କାଉଟ୍ ଓ ଗାଇଡ୍ଛା ତ୍ରଛାତ୍ରୀମାନେ ଅଜାଣଛକରେ ଥିବା ଶହିଦ୍ ମାୟାଧର ଭୂୟାଁଙ୍କ ସମାଧିପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷିକାମାନେ ସହଯୋଗ କରାଇଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *