ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ)୨୬/୦୫ : ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଳକ୍ ଅନ୍ତର୍ଗତ ତାକରଡ଼ାରେ ଗୁଳିକାଣ୍ଡର ୭୫ତମ ବାର୍ଷିକ ସମାବେଶ ହୋଇଯାଇଛି । ୧୯୪୮ ମସିହା ମଇ ମାସ ୨୪ ତାରିଖରେ ତତ୍କାଳୀନ ଜମିଦାରୀ ପ୍ରାୟୋଜିତ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ଶହୀଦ ହେମ, ସୁବେଇନି, ରାହାସ, କନ୍ଧୁଣୀ, ଅର୍ଜୁନ ଓ ବାଉରୀ ପ୍ରମୁଖ ସ୍ବର୍ଗତ ଚାଷୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ହୋଇଛି ।
ଏହି ଗୁଳିକାଣ୍ଡର ୭୫ତମ ବାର୍ଷିକ ସମାବେଶରେ ଶ୍ରୀ ଶୋଭାଚନ୍ଦ୍ର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ତାକରଡ଼ା ଗୁଳିକାଣ୍ଡ ଶହୀଦ ସ୍ମୃତି କମିଟି ର ନିବେଦନ କ୍ରମେ ସି. ପି. ଆଇ ଜାତୀୟ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ରାମକୃଷ୍ଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସି. ପି. ଏମ୍ ର ଅଖିଳ ଭାରତ କୃଷକ ସଭା ନେତୃ ମଣ୍ଡଳୀ ତରଫରୁ ଶ୍ରୀ ଗୋପାଳ କୃଷ୍ଣ ପାଣିଗ୍ରାହୀ, ଚାଷୀ ନେତା ତଥା ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ଶ୍ରୀ ସମୀର କୁମାର ପ୍ରଧାନ, ହରେକୃଷ୍ଣ ରେଡ୍ଡୀ ଏବଂ ସାନଖେମୁଣ୍ଡି ବ୍ଳକ୍ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ, ଗୌତମୀ ପୂର୍ବତନ ସରପଞ୍ଚ ଶ୍ରୀ ସୁଶାନ୍ତ ସ୍ବାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ସ୍ଥାନୀୟ ଜନତାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟକ୍ତି ବିଶେଷ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।