ରାୟଗଡା(ରତ୍ନଗିରି ନ୍ୟୁଜ) :-ଆସୁଛି ଆଲୋକର ପର୍ବ ଦୀପାବଳି ପର୍ବ ମାତ୍ର ଆଉ କିଛି ଦିନ ପରେ ପାଳନ କରାଯିବ । କିନ୍ତୁ ପୂର୍ବରୁ ଯେମିତି ମାଟି ଦୀପ ଗଡ଼ିବାରେ କୁମ୍ବାର ସମ୍ପ୍ରଦାୟର ପରିବାରଙ୍କୁ ଫୁରୁସତ ମିଳୁନଥିଲା ବେଳେ ବର୍ତ୍ତମାନ ହାତବାନ୍ଧି ବସିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ବଜାରରେ ରଙ୍ଗ ବେରଙ୍ଗର ଚାଇନା ସୁନ୍ଦର ଡିଜାଇନ ଦୀପ ଥିବାରୁ ଗ୍ରାହକକୁ ବେଶ ଆକୃଷ୍ଟ କରୁଛି ଚାଇନା ଦୀପ ।ଫଳରେ ମାଟିଦୀପର ଚାହିଦା କମିଯିବା ସହ ବିକ୍ରି ମଧ୍ୟ ଠିକ ଭାବରେ ହେଉନଥିବା ନୀଳାମ୍ବର କାଶୀ,ଯୁଜେଷ୍ଟି କାଶୀ,କର୍ଣ୍ଣ କାଶୀ ଲେଲି କାଶୀ କହିଥିବା ବେଳେ। ଯୁଗ ଯୁଗ ଧରି ମାଟି ଦୀପର ଚାହିଦା ନିଆରା । ହିନ୍ଦୁ ସଂକୃତି ଓ ପରମ୍ପରାର ପ୍ରତୀକ ଭାବରେ ମାଟି ଦୀପର ସ୍ୱତନ୍ତ୍ର ପରିଚୟ ରହିଛି ।ପୂଜାପାର୍ବଣ ଠାରୁ ଅରମ୍ବ କରି ବିଭିନ୍ନ ଶୁଭ କାର୍ଯ୍ୟରେ ଏହି ମାଟୀ ଦୀପର ଚାହିଦା ଅଧିକ ରହିଥାଏ ।ହେଲେ ଏହାକୁ ନିର୍ମାଣ କରୁଥିବା କୁମ୍ବାର ସମ୍ପ୍ରଦାୟର କୈଳିକ ବୃତ୍ତି ଏବେ ସଂକଟରେ ଗତିକରୁଛି । ଆବଶ୍ୟକତା ଦୁର୍ଷ୍ଟିରୁ ଆଗକୁ ଦୀପାବଳୀ ପାଇଁ ବାଧ୍ୟ ହୋଇ ନିଜ ବୃତ୍ତି ବଜାୟ ରଖିବା ପାଇଁ ତିଆରି କରିଛନ୍ତି ମାଟିଦୀପ। କିନ୍ତୁ ଆଗ ଭଳି ବିକ୍ରିହେବାର କମି ଯାଉଥିବା କହିଛନ୍ତି କୁମ୍ବାର ପରିବାର। ଅଧିକ ପରିଶ୍ରମ ଲାଭ କମ ଉଚିତ ପରିମାଣର ମାଟି ମଧ୍ୟ ପୂର୍ବଭଳି ମିଳୁନି ।ବାଧ୍ୟ ହୋଇ ପୂର୍ବ ପୁରୁଷର କୌଳିକ ବୃତ୍ତିକୁ ଜାବୁଡି ଧରିଛୁ ବୋଲି ପ୍ରକାଶ କରିଛନ୍ତି ।ଆଧୁନିକ ଯୁଗରେ ଗ୍ରାହକ ସୌଖିନ ଜିନିଷ ବ୍ୟବହାର କରୁଥିବା ବେଳେ ମାଟିଦୀପ କଥା ପଚାରୁଚିକିଏ ।ସରକାର ଏହି କୁମ୍ବାର ସମ୍ପ୍ରଦାୟର ପରିବାର ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଜନସାଧାରଣଙ୍କ ମହଲରେ ଦାବୀ ହେଉଛି ।
Related Stories
December 1, 2024
November 25, 2024