ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ)୨୪/୦୭ : ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ ସ୍ଥାନୀୟ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ବ୍ଳକ ସ୍ତରୀୟ ମୋ ଗେହ୍ଲା ଝିଅ,ଅଦ୍ବିକା ଓ ନିର୍ଭୟ କଢି କାର୍ଯ୍ୟକ୍ରମ ହୋଇଯାଇଛି । ସୁଚନାମୂତାବକ ଉପସ୍ଥିତ ଥିବା ଶିଶୁ କନ୍ୟା ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ସହ ଆଜିର ଦିବସଟି ଶିଶୁ କନ୍ୟା ମାନଙ୍କ ସମ୍ମାନର୍ଥେ ହୋଇଥିବାରୁ ସେମାନଙ୍କ ପାଇଁ ବିଶେଷ ଯୋଜନା ର ଆୟୋଜନ କରାଯାଇଥିଲା । ଶିଶୁକନ୍ୟାକୁ କେବଳ କନ୍ୟା ଭାବେ ନୁହେଁ କି ବୋଝ ନୁହେଁ ବୋଲି ପ୍ରକାଶ କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ ପାତ୍ର। ଆଜିର ଶିଶୁ କନ୍ୟାକୁ ପରିବାର ଲୋକେ ବୋଝ ଭାବି ଭୃଣ ହତ୍ୟା କରିବା ଏକ ଶିକ୍ଷିତ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଅତିଥି ମାନେ ନିଜର ମତ ପ୍ରକାଶ କରିଛନ୍ତି । ତୃଣମୂଳ ସ୍ତରରୁ ପରିବାର ,ଗାଁ ଓ ସହରରୁ ସଚେତନ କରିବା ପାଇଁ ଆଜିର ଅତିଥି ମାନେ କହିଛନ୍ତି । ଆଦର୍ଶତା ସହିତ ସମସ୍ତ ପ୍ରକାର ଶିକ୍ଷା , ଉପଯୁକ୍ତ ଲାଳନ ପାଳନ ଏକ ରତ୍ନ କୁ ଯେପରି ଆମେ ଜନ୍ମଗ୍ରହଣ କରିଛନ୍ତି ପ୍ରତ୍ୟେକ ପରିବାରର ଭାବିନେବା ବୋଲି କହିଛନ୍ତି । ବାଲ୍ୟ ବିବାହ ରୋକିବା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଶେଷରେ ଶିଶୁ ଓ ନିର୍ଭୟା କଢ଼ି ଯୋଜନା ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ , ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ବ୍ଲକ ଉପାଧକ୍ଷ ସୁନୀଲ ଗନ୍ତାୟତଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସାଧନ ଚରଣ ଦାସ ଓ ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଅନ୍ଯମାନଙ୍କ ମଧ୍ଯରେ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିନ ସମସ୍ତ ଅଙ୍ଗନବାଡି କର୍ମୀ , କ୍ଷତ୍ରିୟ ପରିଦର୍ଶୀକା ,ସହାୟକା ,ଛୋଟ ଶିଶୁ ମାନଙ୍କ ପିତା ମାତା ଏବଂ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଶିଶୁ ଓ ମହିଳା ସମନ୍ବୟ ଅଧିକାରିଣୀ କୁସୁମ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିବାରୁ ହିଞ୍ଜିଳିକାଟୁ ବ୍ଳକର ସମସ୍ତ ଅଙ୍ଗନାଓ୍ବାଡି ,ସହାୟୀକା ତରଫରୁଅଲ ଓଡିଶା ଲେଡିଜ ଓ୍ବାର୍କସ ଆସୋସିଏସନ ସଂଘ ସଭାପତି ବବିତା ଗନ୍ତାୟତ,ସମ୍ପାଦକ ସୁଜାତା ସାହୁ, କିରଣ ବାଳା ପଣ୍ଡା, ଗୀତାଞ୍ଜଳି ପାଢ଼ୀ ଓ ରିତାଞ୍ଜଳି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
Related Stories
December 9, 2024
December 1, 2024