ଭଦ୍ରକ (ରତ୍ନଗିରି ନ୍ୟୁଜ) : ଚେତନା ଚୈତନ୍ୟ ଶକ୍ତିର ଆଧାର ଯାହା ଜୀବନର ଚୈତନ୍ୟ ପ୍ରାପ୍ତି ରେ ସାହାଯ୍ୟ ହୋଇଥାଏ. ସଂସାରର ମାୟାଜାଲରେ ସମସ୍ତ ଜଗତ ଆଜି ବଶୀଭୂତ ଏ ଚୈତନ୍ୟ ପ୍ରାପ୍ତି ପାଇଁ ସାଧୁ ସନ୍ତ ସଦଗୁରୁଙ୍କର ଆବଶ୍ୟକ ପଡିଥାଏ ଯିଏ ସଂସାର ମାୟାରୁପି ଅନ୍ଧକାରରୁ ଆଲୋକ ଆଡକୁ ନେଇ ଯାନ୍ତି ଚୈତନ୍ୟ ମାର୍ଗରେ ଅନୁସରଣ କରାନ୍ତି.ହଁ ଦର୍ଶକ ବନ୍ଧୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ଚେତନା ସଂଘ ତରଫରୁ ୫O ତମ ବାର୍ଷିକ ସ୍ୱର୍ଣ୍ଣିମ ସମାରୋହ ବାସନ୍ତୀ ଦୁର୍ଗା ନବରାତ୍ର ଆରମ୍ଭ ହୋଇଯାଇଛି ଏ ଶକ୍ତିପୀଠର ପୁରୋଧା ଥିଲେ ବାବା ବୈରାଗୀ. ସୂଚନା ଅନୁଯାଇ ବାବା ବୈରାଗୀ ହେଉଛନ୍ତି ଅସୁରାଳି ଜମିଦାର ରଘୁନାଥ ନାୟକଙ୍କ ପୁତ୍ର ସେ ଛୋଟଟି ବେଳୁ ଯାଜପୁର ଜିଲ୍ଲା ଟାଉନ ସ୍କୁଲ ରେ ଶିକ୍ଷା ଗ୍ରହଣ କରୁଥିଲେ. ମା ଜଗତ ଜନନୀ ମା ବିରଜାଙ୍କ ରଥଯାତ୍ରା ଦିନେ ସେ ସାମିଲ ହୋଇ ରହଣି କୁଣ୍ଡ ନିକଟରେ ଶୋଇପଡ଼ିଥିଲେ ସେ ଦିନ ମହାଳୟା ଅମାବାସ୍ୟା ଥିଲା ରାତ୍ରରେ ଜଣେ ସନ୍ଥ ତାଙ୍କ ହାତ ଧରି ମନ୍ଦିର ଭିତରକୁ ନେଇଯାଇଥିଲେ ମା ଙ୍କ ସିଂଘ ଦ୍ୱାର ମନକୁ ମନ ଖୋଲି ଯାଇ ଥିଲା ସନ୍ଥ ଜଣଙ୍କ ମା ଜଗଦମ୍ବା ଭୁବନେଶ୍ୱରୀ ଜଗତ ଜନନୀ କୃପାମୟୀ ଙ୍କ ଦର୍ଶନ କରାଥିଲେ ବାବା ବୈରାଗୀଙ୍କୁ ପର ମୁହୂର୍ତ୍ତ ରେ ବାବା ସନ୍ଥଙ୍କ ସହିତ ହିମାଳୟ ଯାତ୍ରା କରଥିଲେ ସେଠାରେ ସେ ୧0 ବର୍ଷ ସାଧନାରେ ନିଜକୁ ସମର୍ପିତ କରିଦେଇଥିଲେ ଓ ସେଠାରେ ସେ ଗୁରୁ ଭୈରବୀ ନନ୍ଦ ସ୍ୱରସ୍ବତୀଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରି ନିଜ ଜନ୍ମମାଟି ଅସୁରାଳିକୁ ଫେରି ଆସିଥିଲେ ଏଠାରେ ଚେତନା ସଂଘ ଆଶ୍ରମ ନିଜେ ଗଢି ଥିଲେ. ଏ ଆଶ୍ରମ ରେ ପ୍ରତେକ ଦିନ ଚଣ୍ଡୀ ପାଠ ଯଜ୍ଞ ସହ ଜପ ତପ ବୈଦିକ ରୀତିନୀତି ଅନୁସାରେ ହୋଇ ଥାଏ. ବାବାଙ୍କ ବହୁ ଶିଷ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥାନ୍ତି ଏଠାରେ ଦୀକ୍ଷା ବ୍ରତଉପନୟନ ମୁଣ୍ଡନ ବିଭାହ ବିନା ଅର୍ଥରେ ଆଶ୍ରମ ତରଫରୁ କରାଯାଇ ଥାଏ
Related Stories
November 8, 2024