ଢେଙ୍କାନାଳ (ରତ୍ନଗିରି ନ୍ୟୁଜ) :-ଆଜି ପବିତ୍ର ନାଗପଞ୍ଚମୀ ଉପଲକ୍ଷେ ବାବା ଚନ୍ଦ୍ରଶେଖର ଜୀଉଙ୍କର ଐତିହାସିକ ନାଗାଭରଣ ବେଶ (ସୁନା ବେଶ) ,କରୋନା କଟକଣା ଭିତରେ ଅନୁଷ୍ଠିତ ହୋଇଛି। ସୂଚନା ମୁତାବକ ପ୍ରାୟ ୧୯୫୦ ମସିହା ସମୟରେ ମହାଦେବଙ୍କ ନାଗାଭରଣ ବେଶରେ ବ୍ୟବହୃତ ସୁନା ମୁକୁଟ ଚୋରି ହୋଇଯାଇଥିଲା । ସେବେଠାରୁ ରୁପାର ମକୁଟ ଓ ଅଳଙ୍କାରରେ ହେଉଥିଲା ନାଗାଭରଣ ବେଶ।
ତେବେ ପାଖାପାଖି ୭୦ ବର୍ଷ ପରେଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧକ୍ଷତା ରେ ଆରମ୍ଭ ହୋଇଥିଲା ନାଗାଭରଣ ବେଶ ପାଇଁ ମୁକ୍ତହସ୍ତରେ ଦାନ କାର୍ଯ୍ୟକ୍ରମ । ଅନେକ ଶ୍ରଦ୍ଧାଳୁ, ଶୈବ ଭକ୍ତ, ଢେଙ୍କାନାଳ ଜିଲ୍ଲାବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ହାରାହାରି ୨ କେଜି ସୁନାରେ ନିର୍ମିତ ହୋଇଛି ପଞ୍ଚବକ୍ର ମୁକୁଟ ଓ ସୁନାନାଗ । ଯାହାର କି ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ। ତେବେ ଏହି ଦୁର୍ଲ୍ଲଭ ବେଶ ବର୍ଷକୁ ୩ ଥର ଅନୁଷ୍ଠିତ ହେବ ।
ଯଥା ଜାଗର ଅମାବାସ୍ୟା, ମକର ସଂକ୍ରାନ୍ତି ଓ ପୌଷ ପୂର୍ଣ୍ଣିମା । ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରିଥାନ୍ତି । ତେବେ ପୂର୍ବରୁ ରାଜା ରାଜୁଡା ସମୟରୁ ଏହି ଦୁର୍ଲ୍ଲଭ ବେଶ ସୁନାରେ କରାଯାଉଥିଲା । ଦୀର୍ଘ ୭୦ ବର୍ଷ ତଳେ ଏହି ଠାକୁରଙ୍କ ଏହି ସୁନାର ନିର୍ମିତ ଦୁର୍ଲ୍ଲଭ ବେଶ ଚୋରି ହୋଇଯାଇଥିବା ଜଣା ପଡ଼ିଛି।
ତେବେ ୭୦ ବର୍ଷ ପରେ ପୁଣି ଥରେ ଠାକୁରଙ୍କ ଏହି ସୁନାର ଦୁର୍ଲ୍ଲଭ ବେଶ କରିବା ପାଇଁ ଜିଲ୍ଲା ପ୍ରଶାସନ, ଦେବତର ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏହା ଆଜି ସଫଳ ହୋଇଛି । ମହାଦେବଙ୍କ ଏହି ବିରଳ ରୂପ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ଓ ଜିଲ୍ଲା ପ୍ରଶାସନ ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।