ବାଲିଆ ଡିଗ୍ରୀ କଲେଜ ଛାତ୍ରୀ ଅସଦାଅଚରଣ ଘଟଣାରେ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣାକୁ ନେଇ ଆମରଣ ଅନଶନ ୨ୟ ଦିନରେ ପହଞ୍ôଚଛି । ଘଟଣାରେ ସମ୍ପୃକ୍ତ ଥିବା ଅଧ୍ୟାପକ ବିଦ୍ୟାଧର ଧଳ ଓ ଛୁଟିରେ ଥିôବା ଅଧ୍ୟକ୍ଷ ସୁଧିର କୁମାର ରାଉତଙ୍କୁ ଉପ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଛାତ୍ରୀ, ତାଙ୍କ ମାଆ, ଜଣେ ସହପାଠୀ ଏବଂ ନବ ନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲି ଓ ଜିଲ୍ଲା ସମ୍ପାଦକ ଅଶ୍ୱିନୀ କୁମାର ଜେନା ମୋଟ ପାଞ୍ଚ ଜଣ ଗତ କାଲିଠାରୁ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ଆଇନଶୃଙ୍ଖଳା ଦୃଷ୍ଟିରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବାବେଳେ ନିଜେ ଜିଲ୍ଲା ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ନୂତନ ଭାବରେ ଯୋଗଦେଇଥିବା ବରୀ ବିଡ଼ିଓ ଅଶିତ୍ କୁମାର ମହାନ୍ତି ଓ ଏସ୍‌ଡିପିଓ କୌଳାସ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ଖବର ଲେଖାହେବା ଯାଏ ଉପସ୍ଥିତ ଥିଲେ । ଗୁରୁବାର ଅପରାହ୍ନରେ ଯାଜପୁର ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲା ବିଜେପି ପୂର୍ବତନ ସଭାପତି ଆଶୁତୋଷ ପରିଡ଼ା ଘଟଣା ସ୍ଥଳରେ ପହଞ୍ôଚ ଅସଦାଚରଣ ଶିକାର ହୋଇଥିବା ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ଦାବି ମୁତାବକ ଅଭିଯୁକ୍ତ ଅଧ୍ୟାପକ, ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଥିଲେ ।

ତେଣୁ ଆମରଣ ଅନଶନ ପ୍ରତ୍ୟାହାର କରିବା ପାଇଁ ସମସ୍ତଙ୍କୁ ସାଂସଦ ଅନୁରୋଧ କରିଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଇଛି କିମ୍ବା କାର୍ଯ୍ୟରୁ ବହିଷ୍କାର କରାନଯାଇଛି ସେ ପର୍ଯ୍ୟନ୍ତ ଆମରଣ ଅନଶନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଛାତ୍ରୀଜଣଙ୍କ ରୋକ୍ ଠୋକ୍ ଶୁଣାଇ ଦେଇ ଆମରଣ ଅନଶନରେ ବସିରହିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *