ପୁରୀ(ରତ୍ନଗିରି ନ୍ୟୁଜ) :-ଆଜି ଦେଶ ୭୪ତମ ଜାତୀୟ ସେନା ଦିବସ ପାଳନ କରୁଛି। ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ତଥା ଛାତ୍ର ଶାଶ୍ୱତ ରଞ୍ଜନ ସାହୁ ସେନାର ଅଧିକାରୀ ଓ ଯବାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଆସିଲି କାଠିରେ ଏକ ଦେଶୀ ଟି-୯୦ ଭୀଷ୍ମ ଟ୍ୟାଙ୍କ ମଡେଲ ତିଆରି କରିଛନ୍ତି। ୫ ଦିନ ଲାଗି ପ୍ରାୟ ୧୭୭୪ ଟି ଦିଆସିଲି କାଠି ବ୍ୟବହାର କରି ଶାଶ୍ଵତ ଏହି ମଡେଲ ତିଆରି କରିଛନ୍ତି। ଏହି ଟ୍ୟାଙ୍କଟିର ଲମ୍ବ ୧୫ଇଞ୍ଚ ଓ ୮ଇଞ୍ଚ ପ୍ରସ୍ଥ ବିଶିଷ୍ଟ ହୋଇଥିବା ବେଳେ ଏହି ମଡେଲକୁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଦେବେ ବୋଲି କହିଛନ୍ତି।
Related Stories
December 1, 2024
November 25, 2024