ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ) ୬/୧୨:-ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୂର୍ବଖଣ୍ଡ ତାଲୁକା ବାଲ୍ମୀକି ଦାସ କୂଳର ହିଞ୍ଜିଳି କାର୍ଯ୍ୟାଳୟରେ ଡ଼ଃ ବି ଆର ଆମ୍ବେଦକରଙ୍କ ୬୫ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ମୂଳନିବାସୀ ମୁକ୍ତିଦାତା,ଆଧୁନିକ ଭାରତର ନିର୍ମାତା ପରମ ଆଦରଣୀୟ ଭାରତରତ୍ନ ବାବାସାହେବ ଡଃ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ୬ ଡିସେମ୍ବର ରେ ସମଗ୍ର ମୂଳନିବାସୀ ପରିବାର ପକ୍ଷରୁ ଏହି ବିଶ୍ଵ ବିସ୍ମୟ ଜନନାୟକ ଙ୍କୁ ଶତ ସହସ୍ର ନମନ ସହିତ ଦୀପ ପ୍ରଜ୍ବଳନ ସହ ପୁଷ୍ପାମାଲ୍ୟରେ ଅର୍ପଣ କରାଯାଇଛି । ସୋମବାର ଦିନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କ ଏଇ ମହାପରିନିର୍ବାଣ ଦିବସରେ ମୁଁ ଶପଥ କରୁଛି ଯେପର୍ଯ୍ୟନ୍ତ ମୋ ଦେହରେ ରକ୍ତର ଶେଷ ବୁନ୍ଦା ଥିବ ଓ ଶେଷ ନିଶ୍ଵାସ ଥିବ ବାବା ସାହେବଙ୍କ ମିଶନରୁ କେବେ ଓହରି ଯିବିନାହିଁ ବୋଲି ବାଲ୍ମୀକି କୂଳର ସଦସ୍ୟ ମାନେ ଶପଥ ଗ୍ରହଣ କରିଥିଲେ । ତାଙ୍କର ଏଇ ପବିତ୍ର ଦିନରେ ମୋର ଆହ୍ଵାନ କି ଆସନ୍ତୁ ଆଜିର ଦିନରେ ଅନ୍ୟ ଉପରେ ଦୋଷାରୋପଣର ପ୍ରବୃତ୍ତିରୁ ଦୂରେଇ ନିଜ ମଧ୍ୟରେ ଭାତୃତ୍ବ କୁ ସୁଦୃଢ଼ୀକରଣ କରିବାକୁ ପ୍ରୟାସୀ ହେବାକୁ ଶପଥ ନେଇଥିଲେ ।ଆପଣ ଯେକୌଣସି ସଂଗଠନ କି ରାଜନୈତିକ ଦଳୀୟ ପାର୍ଟି ସହ ଜଡିତ ଥାନ୍ତୁ ନା କାହିଁକି କି ଯଦି ଏ ମିଶନ ଯାତ୍ରା ସହ ରାଜରାସ୍ତାରେ ବି ଚାଲିବାକୁ ଚାହୁଁନାହାନ୍ତି ତାହେଲେ ଆସନ୍ତୁ ନାଁହି । କିନ୍ତୁ ନିଜ ଘରେ ନିଜ ପରିବାରରେ ତ ପରିବର୍ତ୍ତନ ଆଣିପାରିବେ ବୋଲି ସଦସ୍ୟଙ୍କ ତରଫରୁ ପୁର୍ବଖଣ୍ଡ ତାଲୁକାର ସଭାପତି ଅପିଲ କରିଥିଲେ । ଆପଣ ଆପଣଙ୍କ ଘରକୁ ତ ବଦଳାଇ ଦେଇପାରିବେ । ଆପଣ ପରିବର୍ତ୍ତନ ହେଲେ ଆପଣଙ୍କ ପରିବାର ପରିବର୍ତ୍ତନ ହେବ । ଆପଣଙ୍କ ପରିବାର ପରିବର୍ତ୍ତନ ହେଲେ ଆପଣଙ୍କ ପଡୋଶୀ ଓ ସାହି ପରିବର୍ତ୍ତନ ହେବ ତା ସହ ଆପଣଙ୍କ ଗାଁ ବି ପରିବର୍ତ୍ତନ ହେବ । ଆପଣଙ୍କ ଗାଁ ପରିବର୍ତ୍ତନ ହେବା ସହ ଦେଖିବେ ଦିନେ ଏ ଦେଶ ବି ପରିବର୍ତ୍ତନ ହେବ । ଆଜିର ଏହି ପବିତ୍ର ଦିନରେ ସମସ୍ତ ସଦସ୍ୟ ମାନେ ଏହି ଉଦ୍ଧେଶ୍ୟରେ ଏକ ପରିବର୍ତ୍ତନ ଆଣିବାକୁ ଶପଥ ଗ୍ରହଣ କରିଥିଲେ । ସେଥିପାଇଁ ଆମକୁ ପ୍ରଥମେ ଶିକ୍ଷିତ ହୁଅ ବୋଲି ପୁର୍ବଖଣ୍ଡ ତାଲୁକା ସମ୍ପାଦକ ପିଣ୍ଟୁ ଦାସ ପରିବର୍ତ୍ତନର ବାର୍ତ୍ତା ଦେଇଥିଲେ ।ଅନ୍ଯମାନଙ୍କ ମଧ୍ୟରେ ଆଞ୍ଚଳିକ ବାଲ୍ମୀକି ଦାସ କୂଳ ମହାସଂଘ ପୁର୍ବଖଣ୍ଡ ତାଲୁକା ସଭାପତି ପ୍ରଭାକର ଦାସ, ସହସମ୍ପାଦକ ଅମୂଲ୍ୟ ଦାସ, ଯୁବ ସଭାପତି ମିଥୁନ ଦାସ ସମତେ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ :-ବିଣାପାଣୀ ପୋଲାଇ