ବାଲେଶ୍ୱର (ରତ୍ନଗିରି ନ୍ୟୁଜ) :- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ତାତି ସେତେ ସରଗରମ ହେବାରେ ଲାଗିଛି। ସେହିଭଳି ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ୬ନଂ ଜୋନର ନିର୍ବାଚନୀ ଉଷ୍ଣତା ପରିଲକ୍ଷିତ ହେଉଛି । ଏ ହେଉଛି ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଜୋନ। ଏଠାରେ ସବୁ ରାଜନୈତିକ ଦଳର ନଜର l କିଏ ହାତେଇବ ଏହି ଆସନ। ବିଜେଡ଼ି, କଂଗ୍ରେସ ଓ ବିଜେପି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଇଦାନରେ। ତିନି ପ୍ରମୁଖ ପ୍ରାର୍ଥୀ ନିଜର ପ୍ରଚାରକୁ ମଧ୍ୟ ଜୋରଦାର କରୁଥିବାରୁ ଏଠାରେ କଢ଼ା ଟକ୍କର ହେବl ନେଇ ଅନେକ ସମ୍ଭାବନା ରହିଛି ।
ଏହି ଜୋନରେ ବିଜେଡ଼ିରୁ ଦୁଇ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟା ଥିବା ସୁଷମା ମହାପାତ୍ର ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ବୀଣାପାଣି ଶୁକ୍ଳ ମଇଦାନକୁ ଓହ୍ଲାଇ ଥିବାବେଳେ, ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ମିନାକ୍ଷୀ ମହାପାତ୍ର। ଏଠାରେ ଦେଖିବାକୁ ମିଳିଛି ଏକ ରୋଚକ ପରିସ୍ଥିତି। ଯାହାକି ଉଭୟ ତିନି ପ୍ରାର୍ଥୀ ଗୋଟିଏ ପଞ୍ଚାୟତ ଗୋଟିଏ ଗାଁ ଗୋଟିଏ ସାହିରେ। ଏଠାରେ କଂଗ୍ରେସ ପ୍ରାର୍ଥୀ ବୀଣାପାଣି ଶୁକ୍ଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି l ଯାହାକି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଏଥର ଧରିଛନ୍ତି ମଙ୍ଗ। ଦୁଇ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ବିଜେଡ଼ି ପ୍ରାର୍ଥୀଭାବେ ଏଥର ହ୍ୟାଟ୍ରିକ ଚାନ୍ସ ମାରିବା ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ମିନାକ୍ଷୀ ମହାପାତ୍ର ତାଙ୍କୁ କଢ଼ା ଟକ୍କର ଦେବା ଲକ୍ଷ୍ୟରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଲଢେଇ ଏବେ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି l କାରଣ ନିର୍ଵାଚନରେ ନିଜ ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ବିଜେଡ଼ି ପକ୍ଷରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଏବଂ ବିଜେପିର ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ପ୍ରମୁଖ ନିଜ ରଣ କୌଶଳ ପ୍ରସ୍ତୁତ କରୁଛନ୍ତି l କିଏ ହାତେଇବ ଏହି ଆସନ, ଏଠାରେ ରହିଛି ସମସ୍ତଙ୍କ ନଜର। ଭୋଟରଙ୍କ କହିବା ଅନୁସାରେ ଏଥର ବିଜେଡ଼ି ପ୍ରାର୍ଥୀ ସୁଷମା ହ୍ୟାଟ୍ରିକ ମାରିପାରନ୍ତି,ହେଲେ କଂଗ୍ରେସ ଓ ବିଜେପି ଏହି ଆସନକୁ ବିଜେଡି ଠାରୁ ଛଡ଼ାଇବା ଲକ୍ଷରେ ଆରମ୍ଭ କରିଛନ୍ତି ଅଭିଯାନ।