ଝାରସୁଗୁଡା(ରତ୍ନଗିରି ନ୍ୟୁଜ) :- ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ । ଏଥିଲାଗି ଗତ ୨ ତାରିଖରୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବେଲପାହାଡ଼ ପୌର ପରିଷଦ ପାଇଁ ତିନି ପ୍ରମୁଖ ଦଳ ବିଜେଡ଼ି , ବିଜେପି ଓ କଂଗ୍ରେସର ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଅଧ୍ୟକ୍ଷ ପାଇଁ ଦାଖଲ କରିଛନ୍ତି । ବେଲପାହାଡ଼ ପୌରପରିଷଦର ମୋଟ 19ଟି ୱାର୍ଡ ରହିଥିବା ବେଳେ ଶେଷ ଦିବସ ସୁଦ୍ଧା ବେଲପାହାଡ଼ ପୌରପରିଷଦ ପାଇଁ ତିନି ପ୍ରମୁଖ ଦଳ ସମସ୍ତ ୱାର୍ଡପାଇଁ କାଉନସିଲର ପ୍ରାର୍ଥୀ ସେମାନଙ୍କର ନାମଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ଶେଷ ଦିବସରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡ଼ି ପାଇଁ ହିତେଶ ଠକର , ବିଜେପି ପାଇଁ ତପନ କାନ୍ତ ଜେନା ଓ କଂଗ୍ରେସ ପାଇଁ ନିମାଇଁ ଚରଣ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ସମର୍ଥକ ମାନଙ୍କ ସହ ପୌରପରିଷଡ଼ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ନିର୍ବାଚନ ଅଧିକାରୀ ନିକଟରେ ପ୍ରାର୍ଥୀ ମନେ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ଭାବେ ନାମଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ସମସ୍ତ ଦଳ ନିଶ୍ଚିତ ବିଜୟ ଲାଭ କରିବେ ଓ ତାଙ୍କ ୱାର୍ଡ ବାସୀଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି ପ୍ରାର୍ଥୀମାନେ ପ୍ରକାଶ କରିଛନ୍ତି ।
Related Stories
October 2, 2024