ହିଂଜିଳିକାଟୁ(ରତ୍ନଗିରି ନ୍ୟୁଜ): ହିଂଜିଳି ବ୍ଲକ ରେ ୨୦୨୨ ପଞ୍ଚାୟତ ସ୍ତରରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଯାଇଛି। ୩ୟ ଦିବସ ସୁଦ୍ଧା ଓ୍ବାର୍ଡ଼ମେମ୍ବର ପାଇଁ ୧୬୬ ଜଣ , ସରପଞ୍ଚ ପଦବୀ ପାଇଁ ୩୨ଜଣ ଏବଂ ୨୦ ଜଣ ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ପ୍ରମୁଖ ତିନି ରାଜନୈତିକ ଦଳରୁ ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀ ହେବାପାଇଁ ଆଶାବାନ୍ଧି ରହିଥିବା ଗ୍ରାମାଞ୍ଚଳରେ ଶୁଣିବାରେ ମିଳୁଛି । ଫଳରେ କଂଗ୍ରେସ ଏବଂ ବିଜେପି ପକ୍ଷରୁ ମୁଣ୍ଡିଆଳ ନେତାଙ୍କ ଅନୁପସ୍ଥିତି ଏବଂ ଅସହଯୋଗରେ ସରପଞ୍ଚ ଏବଂ ସମିତିସଭ୍ଯ ପଦବୀ ପାଇଁ ପ୍ରତିଯୋଗିତା କରିବା ଅମଙ୍ଗ ଥିବା କହିଛନ୍ତି ଆଶାୟୀ । ଉକ୍ତ ଦଳରୁ ଦଳୀୟ ନେତୃତ୍ବ ଅଭାବରୁ ଭରସାଯୋଗ୍ୟ କରିପାରୁ ନାହାଁନ୍ତି ଉଭୟ କର୍ମୀ ଓ ଜନତା । ଅନ୍ଯପଟେ ବିଜୟ ହୋଇଥିବା ନିର୍ବାଚିତ ସରପଞ୍ଚ ମାନେ ଜନତାଙ୍କୁ ଦେଇଥିବା ପ୍ରତିଶୃତି ଭୂଲିଯାଉଥିବାରେ ଜନତା ନିଜ ପସନ୍ଦଯୋଗ୍ୟ , ଭରସା ଯୋଗ୍ଯ , ଗାଁର ବିକାଶ ଏବଂ ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସରପଞ୍ଚ ପଦବୀ ନିମନ୍ତେ ସୁଯୋଗ୍ଯ ପ୍ରାର୍ଥୀ ହିସାବରେ ଗଣତାନ୍ତ୍ରିକ ପଦ୍ଧତିରେ ସୋମବାର ଠାରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବାକୁ ଥିବା ପ୍ରାର୍ଥୀ ମାନେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ ନିଜ ନିଜର ସମର୍ଥକ ଓ ପ୍ରସ୍ତାବକଙ୍କୁ ନେଇ କରିଛନ୍ତି । ଏହି ନିର୍ବାଚନ ମଇଦାନ ପାଇଁ ହିଞ୍ଜିଳି ପଞ୍ଚାୟତରୁ ମୋଟରେ ୩୨ଜଣ ସରପଞ୍ଚ ପଦବୀରେ ପ୍ରତିଦ୍ବନ୍ଦିତା ସକାଶେ ନାମାଙ୍କନ ଥିଲା ବେଳେ ପଞ୍ଚାୟତ ସମିତିସଭ୍ଯ ପାଇଁ ୨୦ଜଣ ମାତ୍ର ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବୁଧବାର ଦିନ ସୁଦ୍ଧା କରିଛନ୍ତି । କିଛି କିଛି ପଞ୍ଚାୟତରେ ଓ୍ବାର୍ଡ଼ମେମ୍ବର ପଦବୀ ପାଇଁ ଗୋଟିଏ ଓ୍ବାର୍ଡରୁ ବହୁ ପ୍ରତିଯୋଗିତା କରିବା ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖାଯାଉଛି ।
ରିପୋର୍ଟ :-ରଂଜିତ କୁମାର ପୋଲାଇ