ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଓଡ଼ିଶାର ୨୫ ହଜାର ସଭ୍ୟଙ୍କୁ ନେଇ ଗଠିତ ।
ଓଡ଼ିଶାର କୋଣ ଅନୁକୋଣରେ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାରେ ଆମର ସଭ୍ୟମାନଙ୍କର ପ୍ରତ୍ୟକ୍ଷ ଅବଦାନକୁ ଅଗ୍ରାହ୍ୟ କରାଯାଇ ନପାରେ । ତଥାପି ଆଗଧାଡ଼ିର କରୋନା ଯୋଦ୍ଧାର ସମ୍ମାନରୁ ସେମାନେ ବତ ।କରେନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଔଷଧ ବ୍ୟବସାୟୀ ଦିନରାତି ସେବା ଯୋଗାଇ ଆସିଛି । ଏପରିକି ସମସ୍ତ ପ୍ରକାର ଲଡାଉନ,ସଟଡାଉନ ବେଳେ ଆମର ସଭ୍ୟମାନେ ଅନବରତ ସେବା ଯୋଗାଇ ଆସିଛନ୍ତି । କୌଣସି ଔଷଧର ଅଭାବ ଯେପରି ବଜାରରେ ଅଭାବ ନରହେ, ସେଥିପ୍ରତି ପ୍ରତ୍ୟେକ ମୁହୂର୍ତରେ ଆମର ସଂଘ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଚେଷ୍ଟିତ ଅଛି । କରୋନା ଆରମ୍ଭରେ କୋରିୟର, ଟ୍ରାନ୍ସପୋର୍ଟ ବନ୍ଦ ଥିଲେ ମଧ୍ୟ କମ୍ପାନୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ଯେପରି ଆବଶ୍ୟକୀୟ ଔଷଧ ବଜାରରେ ଅଭାବ ନରହେ ସେଥିପ୍ରତି ସଜାଗ ରହି ପର୍ଯ୍ୟାପ୍ତ ପରିମାଣର ଔଷଧ ଗଛିତ ରଖୁବା ପାଇଁ ଚେଷ୍ଟିତ ରହିଥିଲେ । ସାନିଟାଇଜର ଓ ମାସ୍କ କିପରି ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ମିଳିପାରିବ ସେଥିପାଇଁ ବ୍ରତୀ ଲେ । ସରକାର ମଧ୍ୟ ଔଷଧ ବ୍ୟବସାୟକୁ ଅତି ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୁକ୍ତ କରିଛନ୍ତି । ହେଲେ କହିବା ବାହୁଲ୍ୟ ଯେ, ଔଷଧକୁ ଅତ୍ୟାବଶ୍ୟକ ଓ ଅତି ଜରୁରୀଅନ୍ତର୍ଭୁକ୍ତ କରିଥିବା ବେଳେ ଔଷଧ ବ୍ୟବସାୟୀଙ୍କୁ ଏବଂ ତାଙ୍କ କର୍ମସ୍ପରୀଙ୍କୁ ସରକାର ଅଣଦେଖା କରି ଆସିଛନ୍ତି । ଅନେକ ଦାବି ପରେ ମଧ୍ୟ କରୋନ ଯୋଦ୍ଧାର ମାନ୍ୟତା ଦେବାକୁ ସରକାର କୁଣ୍ଡିତ ।ସେବା ଯୋଗାଇବାକୁ ଅତ୍ୟନ୍ତ ଜରୁରୀ ଭାବି ସଭ୍ୟ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ସିଧାସଳଖ କରୋନା ରୋଗୀ ବାଜନସାଧାରଣଙ୍କ ସଂସ୍ପର୍ଶରେ ଆସି ଆମର ଶତାଧୁକ ସଭ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ତଥାପି ସରକାର ନୀରବଦ୍ରଷ୍ଟା ସାଜି ଆମ ଦାବିକୁ ଭୁକ୍ଷେପ କରିନାହାଁନ୍ତି । ଏପରିକି ଅଗ୍ରାଧିକାର ଭାବରେ ଆମ ସଭ୍ୟ, କର୍ମଗ୍ରୀ କିମ୍ବା ତାଙ୍କ ପରିବାରବର୍ଗଙ୍କୁ ଟୀକାକରଣର ବ୍ୟବସ୍ଥା କରିବା ପାଇଁ ସରକାର ନାରାଜ । ଯେଉଁଠି ସରକାରଙ୍କର ନାରା ସମସ୍ତ ଜୀବନ ଆମ ପାଇଁ ମୂଲ୍ୟବାନ, ସେଠିଏହିପରି ଆଗଧାଡ଼ିର ଔଷଧ ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କ ଜୀବନ କଣ ସରକାରଙ୍କର ଅଲୋଡ଼ା । ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଓ ସ୍ଵାସ୍ଥ୍ୟମନ୍ତ୍ରୀ ପାଖରେ ବାରମ୍ବାର ଦାବୀ ରଖାଯାଇଛି । ହେଲେ ଆମ ଦାବିର ସେମିତି କିଛି ମୂଲ୍ୟ ନାହିଁ । ସରକାରଙ୍କ ଏହିସବୁମନୋଭାବକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ଏବଂ ସଂଘ ସରକାରଙ୍କୁ ଚେତାଇ ଦେବାକୁ ଗହୁଁଛି ଯଦି ସରକାର ଆମ ଦାବିବୁ ଗ୍ରହଣ ନକରନ୍ତି, ଦେବେ ଆଗାମୀ ଭବିଷ୍ୟତରେ ଏହାର ପରିଣାମ ଅତ୍ୟନ୍ତ ଭୟାବହ ହେବ । ଓଡ଼ିଶାର ସମସ୍ତ ୨୫୦୦୦ ସଭ୍ୟ ରାଜରାସ୍ତାକୁ ଓହ୍ଲାଇବା ସହିତ ସେବାରୁ ନିବୃତ୍ତ ରହିବ । ଆବଶ୍ୟକସ୍ଥଳେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦରଖବାକୁ ମଧ୍ୟ ପଛଘୁଞ୍ଚା ଦେବ ନାହିଁ । କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ସଭାପତି ପି. ସତ୍ୟନାରାୟଣ କହିଛନ୍ତି । ଏହି ସମ୍ମିଳନୀରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାପାତ୍ରଙ୍କ ସହିତ କୋଷାଧ୍ୟକ୍ଷ ଶ୍ରୀ ଅଜୟ ଗୋୟଙ୍କା ଓ କାର୍ଯ୍ୟକାରିଣୀ ସଭାପତି ଶ୍ରୀ ଦେବଦତ୍ତ ଦାସଙ୍କ ସହିତ ଅନ୍ୟ ବରିଷ୍ଠ ସଭ୍ୟ ଉପସ୍ଥିତ ଥିଲେ ।
Related Stories
December 1, 2024
November 25, 2024