ବରୀ,୭/୧୧(ରତ୍ନଗିରି ନ୍ୟୁଜ) : ଓଡ଼ିଆ ଝିଅ ଶୋଭନା ସୋନାଲି ଜେନା ଗ୍ରିସ୍ର ରୋଡସରେ ସୋମବାର ଶେଷ ହୋଇଥିବା ବିଶ୍ଵ ଆମେଚର ଚେସ ପ୍ରତିଯୋଗିତାର ୧୭୦୦ରୁ କମ ରେଟିଂ ବାଳିକା ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ୯ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତର ମହିଳା ସରପଞ୍ଚ ରେବତୀ ଜେନାଙ୍କ ନାତୁଣୀ ଶୋଭନା ସୋନାଲି ୫ ଟି ବିଜୟ ୨ ଟି ଡ୍ର ଓ ୨ ଗୋଟି ପରାଜୟ ସହ ମୋଟ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ବର୍ଗରେ ସ୍ଵର୍ଣ୍ଣ ବିଜୟିନୀ ୟୁକ୍ରେନ୍ର ଓସାଚୁକ ଆନାସ୍ତେସିଆଙ୍କୁ ସପ୍ତମ ରାଉଣ୍ଡରେ ପରାସ୍ତ କରିବା ନିର୍ଣ୍ଣାୟକ ହୋଇଥିଲା। ଆନାସ୍ତେସିଆ ଏହି ଏକମାତ୍ର ପରାଜୟ ସତ୍ତ୍ୱେ ୮ ପଏଣ୍ଟ ସହ ଶୀର୍ଷରେ ରହିଥିଲେ।
ମଙ୍ଗୋଲିଆର ଅନୁ ବାୟାଲ ଉଚାଡ ୭ ପଏଣ୍ଟ ସହ ଦ୍ବିତୀୟରେ ରହିଥିଲେ। ଅନ୍ତିମ ରାଉଣ୍ଡରେ ସ୍ପେନର ଏଲ୍ ଆମାରି ସାରାଙ୍କ ସହ ଗେମ୍ ଡ୍ର’ ରଖିବା ସହ ବୁକ୍ ବୁକ ହୋଲଚ ସ୍କୋରିଂରେ ସେ ଏଭକିମୋଭା ଭିକ୍ଟୋରିଆଙ୍କୁ ପଛରେ ପକାଇଥିଲେ |ସୂଚନାଯୋଗ୍ୟ ଶୋଭନା ଏକଦା ରାଜ୍ୟ ଚେସ୍ରେ ଚହଳ ପକାଇଥିଲେ। ଏକାଧିକ ଥର ରାଜ୍ୟର ବିଭିନ୍ନ ବୟସ ବର୍ଗରେ ବିଜୟିନୀ ହେବା ସହ ଜାତୀୟ ପ୍ରତିଯୋଗିତାରେ ବି ଭଲ ପ୍ରଦର୍ଶନ କରି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ଏସ୍ ଆର୍ ଚେସ କେନ୍ଦ୍ରରେ ନିଜ ଖେଳ ଜୀବନକୁ ଗଢ଼ିଥିବାରୁ ଏହାର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।