ଭୁବେନଶ୍ୱର(ରତ୍ନଗିରି ନ୍ୟୁଜ)୨୫/୦୧: ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀ ନିରାପତା ରକ୍ଷା ସହିତ ବିଭିନ୍ନ ପ୍ରକାର ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି ବୋଲି ବାହିନୀର ସ୍ୱତନ୍ତ୍ର ଅପେରସନ ଦାୟିତ୍ୱେର ଥିବା ଅତିରିକ୍ତ ମହାନେିଦ୍ଦର୍ଶକ ଶ୍ରୀ ଆର.ଏସ. ଭଟ୍ଟୀ ପ୍ରକାଶ କରିଛନ୍ତି ।
ରାୟପୁର ଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପକର୍ରେ ସୂଚନା ଦେଇ ଶ୍ରୀ ଭଟ୍ଟୀ କହିଛନ୍ତି ଯେ, ଓଡିଶାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳେର ଥିବା ୧୫୧ଟି ଗ୍ରାମର ବାସିନ୍ଦାମାନଙ୍କ ପାଇଁ ଆସନ୍ତା ଗଣତନ୍ତ୍ର ଦିବସଠାରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ । ଏହା ଫଳେର ଲୋକମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ । ବିଏସ୍ଏଫ ଏବଂ ଅନ୍ୟ ନିରାପତ୍ତା ରକ୍ଷୀ ବାହିନୀର ନକ୍ସଲମାନଙ୍କ ବିରୁଦ୍ଧରେ କଠୋର ପଦେକ୍ଷପ ଏବଂ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁଁ ନକ୍ସଲବାହିନିରେ ଆଉନୂଆ ଯୁବେଗାଷ୍ଠୀ ଯୋଗ ଦେଉନାହାନ୍ତି । ଗତ ୧୦ବଷର୍ରୁ ଅଧିକ ସମୟ ମଧ୍ୟରେ ନକ୍ସଲମାନଙ୍କ ସହ ସଂଘଷର୍ରେ ସୀମା ସୁରକ୍ଷା ବାହିନୀ ୩୮ଜଣ ସାହସୀ ବୀର ଯବାନକୁ ହରାଇଛି । ଅନ୍ୟପକ୍ଷରେ ୧୬୫୦ଜଣଙ୍କ ନକ୍ସଲଙ୍କୁ ବନ୍ଦୀ କରାଯାଇଛି । ୮୯୧ଜଣଙ୍କୁ ଆତ୍ମସମପର୍ଣ ପାଇଁ ବାଧ୍ୟ କରାଯାଇଛି । ସଂଘଷର୍ରେ ୧୭ଜଣଙ୍କୁ ନିପାତ କରାଯାଇଛି ଏବଂ ବିପୁଳ ପରିମାଣର ବିସ୍ଫୋରକ ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି । କୋରାପୁଟ ଏବଂ ମାଲକାନଗିରି ଜିଲ୍ଲୋର ୨୨ଟି ମେଡିକାଲ କ୍ୟାମ୍ପ ଆୟୋଜନ କରାଯାଇ ୪ହଜାର ୩୬୨ଜଣ େରାଗୀଙ୍କ ଚିକିତ୍ସା କରାଯାଇଛି । ୨୦୨୧-୨୨ ଆଥିର୍କ ବଷର୍ରେ କୋରାପୁଟ ଓ ମାଲକାନଗିରି ଜିଲ୍ଲୋର ଲକ୍ଡାଉନ ସମୟେର ବିଏସ୍ଏଫ ପକ୍ଷରୁ ଲୋକମାନଙ୍କୁୂ ଖାଦ୍ୟଶସ୍ୟ, କୃଷି ଉପକରଣ, ମଶାରୀ,ବାସନକୁସନ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟଉପକରଣ ଆଦି ଯୋଗାଇ ଦିଆଯାଇଛି । ୨୫୦ଜଣ ତଫସିଲଭୁକ୍ତ ଯୁବକଙ୍କୁ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରାଯାଇ ଦେଶର ସାଂସ୍କୃତିକ ବିଭବ ସହ ପରିଚିତ କରାଯାଇଛି । ଏପର୍ଯ୍ୟନ୍ତ ଓଡିଶୋର ବିଭିନ୍ନ ସ୍ଥାନେର ୧୨୮ଟି ରାସ୍ତା ପ୍ରକଳ୍ପ, ୪୪ଟି ନିର୍ମାଣଧୀନ ପୋଲ ଏବଂ ୧୯୬ଟି ମୋବାଇଲ ଟାୱାରକୁ ସୁରକ୍ଷା ଯୋଗାଇ ଦିଆଯାଇ ସାରିଲାଣି । ପରେିବଶର ସୁରକ୍ଷା ପାଇଁ ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନେର ବିପୁଳ ପରିମାଣର ଫଳବୃକ୍ଷ ଚାରା ଏବଂ ଜଙ୍ଗଲୀ ବୃକ୍ଷ ଚାରୋରାପଣ କରାଯାଇଥିବା ଶ୍ରୀ ଭଟ୍ଟୀ ପ୍ରକାଶ କରିଛନ୍ତି ।
Related Stories
December 1, 2024
November 25, 2024