ବରୀ,୧୧/୦୨(ରତ୍ନଗିରି ନ୍ୟୁଜ): ବରୀ ବ୍ଲକ ଅଧିନସ୍ଥ ଗୋଳକୁଣ୍ଡ ପଞ୍ଚାୟତରେ ୯ ଦିନ ବ୍ୟାପି ଚାଲିଥିବା ବିଏମସିଟି କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପନୀ ହୋଇଯାଇଛି। ଏହି କ୍ରିକେଟ ଉଦଯାପନୀ ଦିବସରେ ଇଶାଣପୁର କ୍ରିକେଟ ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ୍ ହରାଇ ୨୪୩ ରନ ସଂଗ୍ରହ କରିଥିଲା l ଏହାର ଜବାବରେ ପଟଣା କ୍ରିକେଟ ଟିମ୍ ୧୬.୫ ଓଭର ଖେଳି ତାର ସମସ୍ତ ଉଇକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଇଶାଣପୁରର ଶ୍ରୀକାନ୍ତ ଦାସ ସର୍ବାଧିକ ୧୦୭ ରନ୍ କରିଥିବା ବେଳେ ପଟଣା କ୍ରିକେଟ ଟିମର ପରେଶ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ। ଇଶାଣପୁର ଅମର ୪ ଉଇକେଟ୍ ଅକ୍ତିଆର କରିଥିଲେ। ଇଶାଣପୁରର ଶ୍ରୀକାନ୍ତ ଦାସ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ସେହି ଟିମ୍ ର ଉଇକେଟ୍ ରକ୍ଷକ କାର୍ତ୍ତିକ ପତି ସର୍ବାଧିକ ୮ ଗୋଟି କ୍ୟାଚ ନେଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ତାଙ୍କର ଅଭିଭାଷଣ ମାଧ୍ୟମରେ ଓଡ଼ିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଗ୍ରାମାଂଚଳ କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଥିବାରୁ ଯୁବ ପୀଢ଼ି ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ଭାବେ ଗୋଳକୁଣ୍ଡ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବିଶିଷ୍ଟ କ୍ରୀଡାବିତ୍ ଶରତ ଚନ୍ଦ୍ର ଜେନା, ସମାଜସେବୀ ବସନ୍ତ ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ ଥିଲେ।
Related Stories
November 9, 2024
November 9, 2024